ଶିଳ୍ପ ବିକାଶକୁ ରାଜ୍ୟସାରା ପହଞ୍ଚାଇବୁ: ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ାରେ ଏଣ୍ଟରପ୍ରାଇଜ୍‌ ଓଡ଼ିଶା ଆରମ୍ଭ

ଚକ୍‌ମା ଦେଇ ପାରନ୍ତି ନବୀନ: ବାଲିକୁଦା-ଏରସମା ଆସନରେ ଲଟକିଛି ପ୍ରାର୍ଥୀ ଘୋଷଣା

Photo: Newsroom Odisha

ଝାରସୁଗୁଡ଼ା: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡ଼ିଶା ଚାପ୍ଟର ପକ୍ଷରୁ ଓଡ଼ିଶା ସରକାରଙ୍କ ସହଯୋଗରେ ପ୍ରଥମ ଥର ପାଇଁ ଝାରସୁଗୁଡ଼ାରେ ୪୨ତମ ସିଆଇଆଇ ଏଣ୍ଟରପ୍ରାଇଜ୍‌ ଓଡ଼ିଶା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ସହିତ ୧୧ଟି କମ୍ପାନି ୨୩,୩୮୯.୪୩ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଛନ୍ତି।ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ‌ହେଲେ ରାଜ୍ୟରେ ୧୫,୧୬୮ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆସନ୍ତା ୨ ଦିନ ହେବାକୁ ଥିବା ଏହି ସମ୍ମିଳନୀରେ ନିବେଶ ପ୍ରସ୍ତାବ ସଂଖ୍ୟା ବୃଦ୍ଧି ପାଇପା‌ରେ ‌ବୋଲି ସିଆଇଆଇ ପକ୍ଷରୁ କୁହାଯାଇଛି। ଅମଲିପାଲି ପଡ଼ିଆରେ ଆରମ୍ଭ ହୋଇଥିବା ଏଣ୍ଟରପ୍ରାଇଜ୍‌ ଓଡ଼ିଶା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ଶିଳ୍ପ ବିକାଶକୁ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ପ୍ରତିବଦ୍ଧତାର ପ୍ରମାଣ ହେଉଛି ଏହି କାର୍ଯ୍ୟକ୍ରମ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। ଝାରସୁଗୁଡ଼ା, ସମ୍ବଲପୁର ଓ ରାଉରକେଲା ସହ କୋରାପୁଟକୁ ଯୋଡୁଥିବା ବିଜୁ ଅର୍ଥନୈତିକ କରିଡର ଏହି ଅଞ୍ଚଳର ଉଦ୍ୟୋଗୀମାନଙ୍କ ପାଇଁ ଆଗକୁ ବଢ଼ିବାର ବିପୁଳ ସୁଯୋଗ ପ୍ରଦାନ କରୁଛି ବୋଲି କହିଥିଲେ।

୫୦୦ରୁ ଅଧିକ ସିଇଓ, ସିଏକ୍ସଓଙ୍କ ଯୋଗଦାନ

ଏହି ଅବସରରେ ଅନୁଷ୍ଠିତ ଶିଳ୍ପ ପ୍ରର୍ଦଶନୀକୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ। ଏଥିରେ ୧୦୦ରୁ ଅଧିକ ପ୍ରର୍ଦଶନକାରୀ ସମୋନଙ୍କ ଉତ୍ପାଦ ଓ ସେବା ପ୍ରର୍ଦଶନ କରିଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ତାଙ୍କ ବକ୍ତବ୍ୟରେ ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢୁଥିବା ବେଳେ କିଛି ବର୍ଷ ଭିତରେ ଏହା ୫ ଟ୍ରିଲିଅନ ଅତିକ୍ରମ କରିବ ବୋଲି ବିଭିନ୍ନ ସଂସ୍ଥା ଆକଳନ କରିଛନ୍ତି। ଏହା ଦେଶର ଉଦ୍ୟୋଗୀ ବିଶେଷ କରି ଯୁବ ଉଦ୍ୟୋଗୀମାନଙ୍କ ଲାଗି ବିପୁଳ ସୁଯୋଗ ସୃଷ୍ଟି କରିବ’ ବୋଲି କହିଥିଲେ।। ‌ବେଦାନ୍ତ ସିଓଓ ସୁନୀଲ ଗୁପ୍ତା ଝାରସୁଗୁଡ଼ା ଅଞ୍ଚଳର ବିକାଶ ପାଇଁ କମ୍ପାନି ଗ୍ରହଣ କରିଥିବା ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ପ୍ରୋଜେକ୍ଟ ପଞ୍ଛି, ଡାଏଗ୍ନୋଷ୍ଟିକ୍ ସେଣ୍ଟର ଆଦି ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଶିଳ୍ପ ବିଭାଗ ମୁଖ୍ୟ ସଚିବ ହେମନ୍ତ ଶର୍ମା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସିଆଇଆଇ ଓଡ଼ିଶାର ଅଧ୍ୟକ୍ଷ ଶଶି ଶେଖର ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ ଓ ପୂର୍ବାଞ୍ଚଳ ଅଧ୍ୟକ୍ଷ ଶିବ ସିଦ୍ଧାନ୍ତ ନାରାୟଣ କାଉଲ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଆଇଆଇ ପୂର୍ବାଞ୍ଚଳର ଉପ ଅଧ୍ୟକ୍ଷ ଶୁଭେନ୍ଦ୍ର ବେହେରା, ଜେଏସ୍‌ଡବ୍ଲୁ ସଭାପତି ଅନିଲ ସିଂ, ଇପ୍‌ସିଲନ୍‌ କାର୍ବନ୍‌ ଅଶୋକା ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିକ୍ରମ ହାଣ୍ଡା, ରାଉରକେଲା ଚାମ୍ବର ଅଫ୍‌ କମର୍ସ ସଭାପତି ସୁନୀଲ କାୟଲ, ହିଣ୍ଡାଲକୋ ସଭାପତି କୈଳାସ ପାଣ୍ଡେ, ଏମ୍‌ସିଏଲ୍‌ ଅଧ୍ୟକ୍ଷ ଉଦୟ ଏ କାଉଲେ, ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଉପସ୍ଥିତ ଥିଲେ। ସିଆଇଆଇ ଓଡ଼ିଶାର ଉପାଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe