ସ୍ବାଭିମାନ ଅଞ୍ଚଳରେ ନକ୍ସଲଙ୍କୁ ସଫା କରିଦେବୁ: ଡିଜି

Advertisment

କଳାହାଣ୍ଡି-ରାୟଗଡ଼ା-କନ୍ଧମାଳ ଟ୍ରାଇ ଜଙ୍କସନ୍ ଉପରେ ନଜର

କଳାହାଣ୍ଡି-ରାୟଗଡ଼ା-କନ୍ଧମାଳ ଟ୍ରାଇ ଜଙ୍କସନ୍ ଉପରେ ନଜର

ସ୍ବାଭିମାନ ଅଞ୍ଚଳରେ ନକ୍ସଲଙ୍କୁ ସଫା କରିଦେବୁ: ଡିଜି

ଭୁବନେଶ୍ବର: ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ବିକାଶ ଦ୍ରୁତ ଗତିରେ ଆଗେଇ ଚାଲିଛି। ନକ୍ସଲଙ୍କ କାର୍ଯ୍ୟକଳାପକୁ ଆଉ ବରଦାସ୍ତ କରାଯିବନି। ସ୍ବାଭିମାନ ଅଞ୍ଚଳରେ ନକ୍ସଲ କାର୍ଯ୍ୟକଳାପର ସମାପ୍ତି ଘଟିବ ବୋଲି କହିଛନ୍ତି ପୁଲିସ ଡିଜି ଅଭୟ। ଏନ୍‌କାଉଣ୍ଟର୍‌ରେ ସ୍ବାଭିମାନ ଅଞ୍ଚଳରେ ଦୁଇ ନକ୍ସଲ ଓ କନ୍ଧମାଳରେ ଜଣେ ନକ୍ସଲ ନିହତ ହେବା ପରେ ପୁଲିସ ଡିଜି ଦୁଇଦିନିଆ ସମୀକ୍ଷା ସାରି ଆଜି ଅପରାହ୍‌ଣରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ସ୍ବାଭିମାନ ଅଞ୍ଚଳର ବିକାଶ ସହ ସାଲିସ୍‌ କରାଯିବ ନାହିଁ। ସେଠାରେ ସ୍ବତନ୍ତ୍ର ଭାବେ ସୁରକ୍ଷାକର୍ମୀ ନିୟୋଜିତ ହେବା ସହ ନକ୍ସଲଙ୍କୁ ଜବାବ୍ ଦେବା ଲାଗି ବିଏସଏଫ୍ କ୍ୟାମ୍ପ ତିଆରି ହୋଇଛି। ଆତ୍ମସମର୍ପଣ କରିବା ପାଇଁ ପୁଣି ଥରେ ନକ୍ସଲଙ୍କୁ ଆହ୍ବାନ ଦିଆଯାଇଛି ବୋଲି ସେ କହିଛନ୍ତି।

ଏଠାରେ ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ୍ କମିଟିର ସଦସ୍ୟ ସକ୍ରିୟ ରହିଥିବା ଜଣାପଡ଼ିଛି। କଳାହାଣ୍ଡି-ରାୟଗଡ଼ା-କନ୍ଧମାଳ ଟ୍ରାଇ ଜଙ୍କସନ୍‌ରେ ଛତିଶଗଡ଼ ନକ୍ସଲ ସଂଗଠନର ସଦସ୍ୟ ସକ୍ରିୟ ରହିଛନ୍ତି। ଏହି ତିନି ଜିଲ୍ଲାର ଏସ୍‌ପି, ସିଆରପିଏଫ୍ ଓ ଅନ୍ୟ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀଙ୍କ ସହ ବସିଥିବା ବୈଠକରେ ଅପରେସନକୁ ନେଇ ସମୀକ୍ଷା କରାଯାଇଛି। ପରବର୍ତ୍ତୀ ରଣନୀତି ମଧ୍ୟ ପ୍ରସ୍ତୁତ ହୋଇଛି। ସେହିପରି କୋରାପୁଟରେ ଗଞ୍ଜେଇ ଚାଷ ଓ ଚୋରା ଚାଲାଣକୁ ନେଇ ମଧ୍ୟ ସମୀକ୍ଷା ହୋଇଛି। କୋରାପୁଟର ଚୋରା ଗଞ୍ଜେଇ କାରବାର ବିରୋଧରେ ପୁଲିସ୍‌ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି। ୨୦୧୦ରୁ ୨୦୧୯ ଭିତରେ ସର୍ବାଧିକ ୬୧୮ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା। କିନ୍ତୁ କେବଳ ୨୦୨୦ ନଭେମ୍ବର ସୁଦ୍ଧା ୧୨୯୧ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଚଳିତବର୍ଷ ଜବତ ହୋଇଥିବା ଗଞ୍ଜେଇରୁ କୋରାପୁଟରେ ଅଧାରୁ ଅଧିକ ଜବତ ହୋଇଛି। ଆଗକୁ ଆହୁରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି ଅଭୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe