ଲୋକଙ୍କୁ ମୌଳିକ ସୁବିଧା ଦେବାରେ ରାଜ୍ୟ ସରକାର ବିଫଳ; ୨ ଲୋକସଭା, ୧୨ ବିଧାନସଭା ଆସନରେ ଜିତିବୁ କହିଲେ ସପ୍ତଗିରି

Advertisment

ତାରା ବାହିନୀପତିଙ୍କ ସହ କୌଣସି ଝଗଡ଼ା ନାହିଁ: ସାଂସଦ ସପ୍ତଗିରି ଉଲାକା

ତାରା ବାହିନୀପତିଙ୍କ ସହ କୌଣସି ଝଗଡ଼ା ନାହିଁ: ସାଂସଦ ସପ୍ତଗିରି ଉଲାକା

ଲୋକଙ୍କୁ ମୌଳିକ ସୁବିଧା ଦେବାରେ ରାଜ୍ୟ ସରକାର ବିଫଳ; ୨ ଲୋକସଭା, ୧୨ ବିଧାନସଭା ଆସନରେ ଜିତିବୁ କହିଲେ ସପ୍ତଗିରି

ଚନ୍ଦ୍ରପୁର: କୋରାପୁଟ ସାଂସଦ ସପ୍ତଗିରି ଉଲାକା ସମ୍ବାଦକୁ ସାକ୍ଷାତ ଦେଇ ଚଳିତ ନିର୍ବାଚନରେ କିପରି କଂଗ୍ରେସ ବିଜୟୀ ହେବ ସେନେଇ ତାଂକର ପୂର୍ବ ପ୍ରସ୍ତୁତିକୁ ବଖାଣିଥିଲେ। ଗତ ନିର୍ବାଚନରେ ଆମକୁ ସମୟ ମିଳିପାରିନଥିଲା, ଯାହାଫଳରେ ଆମେ ପରାସ୍ତ ହୋଇଥିଲୁ। ତେଣୁ ଏଥର ସମୟ ରହିଥିବା ବେଳେ ବଡ଼ବଡ଼ ବୈଠକ ନକରି ଗାଁ ଗାଁ ଓ ପଞ୍ଚାୟତଗୁଡିକ ଗସ୍ତ କରି ଲୋକଙ୍କ ସମସ୍ୟା ସଂପର୍କରେ ଆଲୋଚନା କରି ଏକ ସୂଚୀ ତିଆର କରି ଆଗାମୀ ନିର୍ବାଚନରେ ସେଗୁଡିକ ପୂରଣ କରିବାରୁ ପ୍ରତିଶ୍ରୁତି ଦେବୁ। କୋରାପୁଟ ଲୋକସଭା ଆସନରେ ୩୭୧ଟି ପଞ୍ଚାୟତ ରହିଥିବା ବେଳେ ୧୨୮ଟି ୱାର୍ଡ ରହିଛି। ସମସ୍ତଙ୍କ ନିକଟରେ ପହଞ୍ଚି ଲୋକଙ୍କର ଅଭିଯୋଗ ଶୁଣିବା ପରେ ଆମେ ଶାସନକୁ ଆସିଲେ କଣ କରିବାକୁ ପ୍ରତିଶ୍ରୁତି ଦେବୁ। ରାୟଗଡା ଏବଂ କୋରାପୁଟ ଜିଲ୍ଲାର ବହୁ ଗ୍ରାମ ଏବଂ ପଞ୍ଚାୟତକୁ ବୁଲି ସାରିଲୁଣି। ଲୋକଙ୍କ ସମସ୍ୟାକୁ ଲିପିବଦ୍ଧ କରୁଛୁ। କେନ୍ଦ୍ରରୁ ଯାହା ଆଦେଶ ଆସିଛି ତାକୁ ଆମେ ପାଳନ କରୁଛୁ। ଲୋକେ ଆମ କଥାକୁ ଶୁଣୁଛନ୍ତି। ତେଣୁ ଏଥର ଆମେ ଭଲ ପ୍ରଦର୍ଶନ କରିବୁ।

ଆଜି ବି ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚିପାରି ନାହି। ଗାଁରେ ପିଇବା ପାଣି ନାହିଁ, ରାସ୍ତା ନାହିଁ, ସ୍କୁଲରେ ଶିକ୍ଷକ ନାହାନ୍ତି, ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ, ଦୁର୍ନୀତି ସୀମା ଟପିଗଲାଣି। ବିଜୁ ଜନତା ଦଳର ସରକାର ଯେଉଁ ଯୋଜନା କରିଛି ତାହା ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ। ୨୩ ବର୍ଷର ସରକାର ଲୋକଙ୍କ ପାଖରେ ଆଜି ବି ପହଞ୍ଚି ପାରି ନାହିଁ। ସରକାରଙ୍କ ଉପରେ ଲୋକେ ଅସଂତୋଷ ରହିଛନ୍ତି। ଆମ ପାଖରେ ବିଜେଡିର ଯେତେ ପଇସା ଅଛି ଆମ ପାଖରେ ନାହିଁ। ପୁଣି ଯେତିକି ସରକାରୀ ବାବୁମାନେ ତାଂକ ପାଇଁ କାମ କରୁଛନ୍ତି, ଆମ ପାଖେ ନାହାନ୍ତି ବୋଳି ଶ୍ରୀ ଉଲାକା କହିଥିଲେ। ଆମ ପାଖରେ କେବଳ ଜନସଂପର୍କ ରହିଛି। ସେହି ସଂପର୍କରେ ଆମେ ଲୋକଙ୍କ ମନ ଜିତିବୁ। ପୂର୍ବରୁ କଂଗ୍ରେସ ଯେଭଳି ଚାଲି ଚାଲି ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ଦୁର କରୁଥିଲେ, ଆଗକୁ କଂଗ୍ରେସ ସେହି ପଥ ଅନୁସରଣ କରିବ।

ନିର୍ବାଚନ ଘୋଷଣା ପରେ ସମୟ ନଥାଏ। କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ବହୁତ ବଡ।ତେଣୁ ବୁଲିବା କଷ୍ଟକର ହୋଇଥାଏ। ଆମର ସିଧା ସଳଖ ବିଜେଡି ସହ ଟକ୍କର ହେବ।ଯେଉଁ ଦଳ ଆମ ସହ ଟକ୍କର ଦେବ ତାହା ସାମ୍ନା କରିବାକୁ ପ୍ରସ୍ତୁତ ରହିଛୁ। ସେଥିପାଇଁ ଆମେ ରଣନୀତି ପ୍ରସ୍ତୁତ କରିସାରିଛୁ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆମେ ୧୪ରୁ ଅତିକମରେ ୧୨ଟି ଆସନରେ ବିଜୟୀ ହେବୁ। ସେହିପରି ଦୁଇଟିଯାକ ଲୋକସଭା ଆସନକୁ ହାତେଇବୁ ବୋଲି ସେ ଦୃଢକ୍ତି ପ୍ରକାଶ କରିଥିଲେ। ତାହା ବାହିନୀପତିଙ୍କ ସହ ମନମତାନ୍ତର ଏବେ ବି ରହିଛି କି ବୋଲି ପ୍ରଶ୍ନ କରାଯିବାରୁ ତାହା ମିଥ୍ୟା ବୋଲି କହିଥିଲେ। ପୂର୍ବରୁ କିଛି ମନମାଳନ୍ୟ ରହିଥିଲା। କିନ୍ତୁ ଏବେ ଆମେ ଦୁଇ ଜଣ କଂଗ୍ରେସକୁ ଜିତାଇବାକୁ ସମସ୍ତ ଉଦ୍ୟମ ଜାରି ରଖିଛୁ ବୋଲି କହିଥିଲେ। କେନ୍ଦ୍ରରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ ଏବଂ ରାଜ୍ୟରେ କଂଗ୍ରେସର ଶାସନ ଚାଲିବ ସେନେଇ ଆଗକୁ ବଢୁଛୁ। ଆଗାମୀ ନିର୍ବାଚନରେ ଆମେ ସମସ୍ତ ତାକତ ଲଗାଇବୁ ବୋଲି ସେ ଜୋର ଦେଇ କହିଥିଲେ। ଲୋକଙ୍କ ସମର୍ଥନ ରହିଛି ଆମେ ବିପୁଳ ସଂଖ୍ୟାରେ ବିଜୟୀ ହେବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe