ଧାମନଗର ଉପନିର୍ବାଚନ ପାଇଁ ନବୀନ ଯାହାକୁ ପ୍ରାର୍ଥୀ କରିବେ ଆମେ ସମର୍ଥନ କରିବୁ

ବିଜେପିର ଅସଲ ଚେହେରା ଓଡ଼ିଶାବାସୀ ଦେଖିଲେ: ବିଜେଡି

nocorruption.in

ଭୁବନେଶ୍ବର : ଧାମନଗର ଉପନିର୍ବାଚନ ପାଇଁ ଭାରତର ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବା ପରେ ଧାମନଗର ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି। କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ସେନେଇ ଅଙ୍କକଷା ଚାଲିଥିବାବେଳେ ଗୁରୁବାର ଦିନ ବିଜେଡିର ଧାମନଗର ଉପନିର୍ବାଚନ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଧାମନଗର ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଯାହାକୁ ପ୍ରାର୍ଥୀ କରିବେ ତାଙ୍କୁ ସମସ୍ତେ ସମର୍ଥନ କରିବେ।

ଆଜିର ବୈଠକରେ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ, ବିଜେଡି ନେତା ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ସଭାପତି, ବିଭିନ୍ନ ବ୍ଲକ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ। ଉପନିର୍ବାଚନ ଜିତିବା ପାଇଁ କେଉଁ କେଉଁ ନେତା କେଉଁ କେଉଁ ବ୍ଲକ, ଗ୍ରାମପଞ୍ଚାୟତ ଦାୟିତ୍ବରେ ରହିବେ, ପ୍ରଚାର କାର୍ଯ୍ୟ କିପରି ହେବ ସେନେଇ ପ୍ରାରମ୍ଭିକ ଆଲୋଚନା ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe