ପରିବେଶକୁ ସୁରକ୍ଷିତ ରଖିଲେ ଆମେ ବଞ୍ଚିବା: ଲକ୍ଷ୍ମଣ

ବଲାଙ୍ଗୀର କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତୁରେକେଲା ପଞ୍ଚାୟତରେ ଗୁରୁବାର ‘ସମ୍ବାଦ’ ପକ୍ଷରୁ ପରିବେଶ ପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି କଣ୍ଟାବାଞ୍ଜି...

Untitled-16

କଣ୍ଟାବାଞ୍ଜି: ବଲାଙ୍ଗୀର କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତୁରେକେଲା ପଞ୍ଚାୟତରେ ଗୁରୁବାର ‘ସମ୍ବାଦ’ ପକ୍ଷରୁ ପରିବେଶ ପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନିତ ଅତିଥି ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ପୂର୍ବତନ ସଭାପତି ଶିବାଜୀ ମହାନ୍ତି, ବିଜେପିର ବରିଷ୍ଠ ସଦସ୍ୟ ହରିଶ୍ଚନ୍ଦ୍ର ସାହୁ, ତୁରେକେଲା ସରପଞ୍ଚ ଜଳନ୍ଧର ମହାକୁଡ଼ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟଅତିଥି ବିଧାୟକ ଶ୍ରୀ ବାଗ ପରିବେଶ ସୁରକ୍ଷା ଆମ ସମସ୍ତଙ୍କର ପ୍ରଥମ ଦାୟିତ୍ୱ ହେବା ଉଚିତ ବୋଲି କହିଥିଲେ।

ଗଛଟିଏ ରୋପଣ କଲେ ଆଗାମୀ ଦିନରେ ଆମେ ସୁନ୍ଦର ପରିବେଶ ପାଇପାରିବା ଏବଂ ନିଜେ ମଧ୍ୟ ସୁରକ୍ଷିତ ରହିପାରିବା। ମାନବ ଓ ଜୀବଜଗତର ସୁରକ୍ଷା ପାଇଁ ବୃକ୍ଷରୋପଣ ନିହାତି ଜରୁରି। ଆଗାମୀ ଦିନଗୁଡ଼ିକରେ ନିର୍ବାଚନମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ବୃକ୍ଷରୋପଣକୁ ବ୍ୟାପକ କରିବା ନିମନ୍ତେ ବିଧାୟକ ଶ୍ରୀ ବାଗ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥିଗଣ ବୃକ୍ଷରୋପଣ ଓ ତାର ଉପକାରିତା ଉପରେ ବୁଝାଇଥିଲେ। ଆଗାମୀ ପିଢ଼ି ପାଇଁ ପରିବେଶ ଚିନ୍ତା କରିବା ଆମ ଦାୟିତ୍ୱ ଏବଂ ପରିବେଶ ବଞ୍ଚିଲେ ଆମେ ବଞ୍ଚିବା ବୋଲି ସଭାରେ ମତପ୍ରକାଶ ପାଇଥିଲା।  ‘ସମ୍ବାଦ’ କଣ୍ଟାବାଞ୍ଜି ପ୍ରତିନିଧି ପୁଷ୍ପକେତୁ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆନନ୍ଦ ସାହୁ, ମୁକେଶ ବାଗ, ଯୌବନ ବାଗ ତଥା ଗାଁର ବହୁ ପୁରୁଷ, ମହିଳା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe