୪୮ ଘଣ୍ଟାରେ ଉପକୂଳ ଛୁଇଁପାରେ ଘୂର୍ଣ୍ଣିବଳୟ, ୬ରୁ ବର୍ଷା

Advertisment
ପୁଣି ଲଘୁଚାପ, ୩୦ରୁ ବର୍ଷା!

Photo by : clipartpanda.com

ଭୁବନେଶ୍ୱର : ଗତକାଲି ଥାଇଲ୍ୟାଣ୍ଡ ଉପକୂଳ ଆଖପାଖରେ ଥିବା ଘୂର୍ଣ୍ଣିବଳୟ ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରର ନିକଟତର ହୋଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ଅଧିକ। ଫଳରେ ୬ ତାରିଖରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଏହା ବର୍ଷା କରାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ଏହି ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୬ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବ। ଏହାର ଦିନେ ଦୁଇଦିନ ଭିତରେ ଏହା ଲଘୁଚାପ ରୂପ ନେଇପାରେ। ଏହାର ପ୍ରଭାବରେ ୬ ତାରିଖରୁ ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱଳ୍ପରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ବି ସାମାନ୍ୟ ବର୍ଷା ହୋଇପାରେ।

ଗତ ୨୪ ଘଣ୍ଟା ମଧ୍ୟରେ ସିମିଳିଗୁଡ଼ାରେ ସର୍ବାଧିକ ୮୦ ମିଲିମିଟର ବର୍ଷା ହୋଇଥିଲା। ସେହିପରି କେନ୍ଦୁଝର ଏବଂ ଗଂଜାମର ମାଧବରିଡ଼ାରେ ୫୦ ମି.ମି., ରାୟଗଡ଼ାର କୋଟ୍ରାଗୁଡ଼ା, କୋରାପୁଟର ପଟ୍ଟାଙ୍ଗୀରେ ୪୦ ମି.ମି., ଛେଣ୍ଡିପଦା, ଲହୁଣୀପଡ଼ା, କାଶୀନଗର, ସୋହେଲା, ରାଇକିଆରେ ୩୦ ମି.ମି. ବର୍ଷା ହୋଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ମାଲକାନଗିରିରେ ୧୭ ମି.ମି. ବର୍ଷା ହୋଇଥିବା ବେଳେ ଭବାନୀପାଟଣାରେ ୧୧ ମି.ମି., ଫୁଲବାଣୀରେ ୯.୨ ମି.ମି., ଟିଟିଲାଗଡ଼ରେ ୭ ମି.ମି. ବର୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe