ଆଗମୀ ୨୪ ଘଣ୍ଟା ମଧ୍ୟରେ କଟକ, ଭଦ୍ରକ, ଯାଜପୁର ସମେତ ଏହି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ କୁଆପଥର ବର୍ଷା ହେବାର ସମ୍ଭାବନା

Advertisment
ଆଗମୀ ୨୪ ଘଣ୍ଟା ମଧ୍ୟରେ କଟକ, ଭଦ୍ରକ, ଯାଜପୁର ସମେତ ଏହି ଜିଲ୍ଲାରେ ଘଡ଼ଘଡ଼ି  ବିଜୁଳି ସହିତ କୁଆପଥର ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର: ଆଗମୀ ୨୪ଘଣ୍ଟା ଭିତରେ ରାଜ୍ୟର ୧୭ଟି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ସତର୍କ ସୂଚନା ଜାରି କରିଛି। ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଅନୁଗୁଳ, ଢ଼େଙ୍କାନାଳ, କନ୍ଧମାଳ,ଗଞ୍ଜାମ,ଗଜପତି,ରାୟଗଡ଼ା,କୋରାପୁଟ,କେନ୍ଦ୍ରାପଡ଼ା,କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ବାସିନ୍ଦାଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ କହିଛି  । ଏହି ଜିଲ୍ଲାମାନଙ୍କ ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୫୦ରୁ୬୦କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେଣୁ ଏହି ସମୟର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।

publive-image

ଗତକାଲି ସମ୍ବଲପୁର, ଢ଼େଙ୍କାନାଳ, ସୁନ୍ଦରଗଡ଼, ସୋନପୁର,ବରଗଡ଼, ଅନୁଗୁଳ ଆଦି ଜିଲ୍ଲାରେ ବର୍ଷା ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଗତକାଲି ଟିଟଲାଗଡ଼ ସର୍ବାଧିକ ତାପମାତ୍ର ୪୪.୦ଡିଗ୍ରୀ ଥିବା ବେଳେ ଫୁଲବାଣୀରେ ୧୨.୨ଡିଗ୍ରୀ ସର୍ବନିମ୍ନ ତାପମାତ୍ର ରହିଥିଲା।

ଏତଦ୍‌ବ୍ୟତୀତ ମୌସୁମୀ ବର୍ଷାକୁ ନେଇ ପାଣିପାଗ ବିଭାଗ ୪ପ୍ରମୁଖ ଭୌଗୋଳିକ ଅଞ୍ଚଳରେ ସ୍ୱାଭାବିକ ବର୍ଷା ହେବା ନେଇ ସୂଚନା ଜାରି କରିଛି। ସେଣ୍ଟ୍ରାଲ ରିଜିଅନ୍‌ରେ ୯୯ପ୍ରତିଶତ ସମ୍ଭାବ୍ୟ ବର୍ଷା ହୋଇପାରେ। ଓଡ଼ିଶା ସେଣ୍ଟ୍ରାଲ ରିଜିଅନ୍‌ରେ ଆସୁଥିବା ବର୍ଷା ସ୍ୱାଭାବିକ ରହିବ। ଏଥିସହିତ ଜୁଲାଇରେ ଅଗଷ୍ଟଠାରୁ ଅଧିକ ବର୍ଷା ହେବା ନେଇ ସୂଚନା ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe