୨୪ ଘଣ୍ଟା ପରେ ରାଜ୍ୟରେ କମିବ ତାତି, ୨ ଦିନ ପ୍ରାକ୍‌ ମୌସୁମୀ ବର୍ଷା

୧୨୪ ଦିନ ହେଲା ବର୍ଷା ନାହିଁ: ୨୦୨୧ଭଳି ବନାଗ୍ନି ଭୟ ଘାରିଲାଣି, ଜଙ୍ଗଲରେ ଜମା ହୋଇଛି ଶୁଖିଲା ଡାଳପତ୍ର

Skymet Weather

ଭୁବନେଶ୍ବର : ମୌସୁମୀ ଆସିବା ପୂର୍ବରୁ ଜଳୁଛି ଅଧା ଓଡ଼ିଶା। ସୋମବାର ଦିନ ରାଜ୍ୟର ୧୮ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ୪୨ ଡିଗ୍ରି ଉପରେ ରହିଛି ୯ ସହରର ଦିନ ତାପମାତ୍ରା। ୪୩.୩ ଡିଗ୍ରି ତାପମାତ୍ରା ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ତେ‌ବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ଯେ ରାଜ୍ୟରେ ଆହୁରି ୨୪ ଘଣ୍ଟା ଏହି ତାତି ଜାରି ରହିବ। ରାଜ୍ୟର ଅନେକ ସ୍ଥାନରେ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଦିନ ତାପମାତ୍ରା ଅଧିକ ରହିବ। ୨୪ ଘଣ୍ଟା ପରେ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଦିନ ତାପମାତ୍ରା ତଳକୁ ଖସିବ ଓ ତାତି ସହ ଗରମ ଗୁଳୁଗୁଳି ବି କମିଯିବ। ଅନ୍ୟପ‌କ୍ଷେ ୧୭ ତାରିଖ ସୁଦ୍ଧା ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ପର୍ଶ କରିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଆସନ୍ତା ୪୮ ଘଣ୍ଟାରେ ଉତ୍ତର ଆରବ ସାଗର, ଗୁଜରାଟର ଆଉ କିଛି ଅଞ୍ଚଳ, ଦକ୍ଷିଣ ମଧ୍ୟପ୍ରଦେଶର କେତେକ ଅଞ୍ଚଳ, ମଧ୍ୟ ମହାରାଷ୍ଟ୍ର, ମରାଠୱାଡ଼ା, କର୍ଣ୍ଣାଟକ ଓ ତାମିଲନାଡୁର ସମ୍ପୂର୍ଣ୍ଣ ଅଞ୍ଚଳ, ବିଦର୍ଭ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମକେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର କେତେକ ଅଞ୍ଚଳରେ ମୌସୁମୀ ସକ୍ରିୟ ହେବ। ଏହାର ପରବର୍ତୀ ୨ ଦିନରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ସମେତ ବଙ୍ଗେପସାଗରର ଅନ୍ୟ କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ‌ହୋଇଯିବ। ଫଳରେ ଆସନ୍ତ‌ା ୧୭ ତାରିଖ ସୁଦ୍ଧା ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଯିବ। ଏଥିସହ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରର କିଛି କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହେବ।

ଏଥିସହ ଆଜି ଓ ୧୫ ତାରିଖ ଦିନ ରାଜ୍ୟର କିଛି କିଛି ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷାର ସମ୍ଭାବନା ରହିଛି। ଏହି ଦୁଇ ଦିନ ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ନୟାଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe