The Bangkok Post
ଭୁବନେଶ୍ବର : ଜୁଲାଇ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଲଗାତାର ବର୍ଷା ଲାଗି ରହିଥିବା ବେଳେ ୨୬ ତାରିଖରୁ କିଛି ଦିନ ପାଇଁ ବିରାମ ଲାଗିବ। ଆଜି ରାଜ୍ୟର ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାପରେ ରାଜ୍ୟରେ ପାଗ ଶୁଖିଲା ରହିବ। ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ କିଛି ଦିନ ଉଭାନ୍ ହୋଇଯିବ। କିଛି ଦିନ ପାଗ ଖରାଟିଆ ରହିବା ପରେ ଅଗଷ୍ଟ ପ୍ରଥମ ସପ୍ତାହ ଶେଷ ଆଡ଼କୁ ରାଜ୍ୟରେ ପୁଣି ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ରବିବାର ଦିନ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ବୌଦ୍ଧ, କନ୍ଧମାଳ ଓ ସୋନପୁର ଆଦି ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ହୋଇଯାଇଛି। ଏଥିସହ ରାଜଧାନୀ ଭୁବନେଶ୍ବରରେ ରବିବାର ଦିନ ବର୍ଷା ହୋଇଯାଇଛି।
Follow Us