ରାଜ୍ୟରେ ପାଗ ଶୁଖିଲା, କାଁ ଭାଁ ବର୍ଷା

Advertisment
ଆରମ୍ଭରୁ ଧୋକା ଦେଲା ମୌସୁମୀ, କେରଳ କେବେ ଛୁଇଁବ କହିପାରୁନାହାନ୍ତି

India Mike

ଭୁବନେଶ୍ବର : ରାଜ୍ୟରେ ଏବେ ଅଧିକାଂଶ ସ୍ଥାନରେ ଶୁଖିଲା ପାଗ ଲାଗି ରହିଥିବା ବେଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୋନପୁର ଓ ନୟାଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଯାଇଛି। ଏବେ ମୌସୁମୀର ପ୍ରଭାବ ଓଡ଼ିଶା ଉପରେ ବିଶେଷ ନ ଥିବା ବେଳେ ଆସନ୍ତା କିଛି ଦିନ ମଧ୍ୟ ରାଜ୍ୟରେ ପାଗ ଖରାଟିଆ ଓ ଶୁଖିଲା ରହିବ। କିଛି ସ୍ଥାନରେ ପରିଚଳନଜନିତ ହାଲୁକା ବର୍ଷା ମଧ୍ୟ ହୋଇପାରେ ବୋଲି ଆଞ୍ଚଳିକ ପାଣିାପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର କହିଛି, ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ ଓ ଦେବଗଡ଼ରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ଗୁରୁବାର ଦିନ ରାଜଧାନୀ ଓ ସଂଲଗ୍ନ ଅଞ୍ଚଳଗୁଡ଼ିକର ପାଗ ସମ୍ପୂର୍ଣ୍ଣ ଖରାଟିଆ ରହିଥିଲା। ଆଜି ରାଜଧାନୀ‌ର ପାଗ ଆଂଶିକ ମେଘୁଆ ରହିପାରେ। ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଓ ରାତିର ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe