ରାଜ୍ୟରେ ୨୪ରୁ ଦୁଇ ଦିନ ବର୍ଷା, କେତେକ ସ୍ଥାନରେ କୁଆପଥର ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ

Advertisment
ଋତୁଚର୍ଯ୍ୟା: ବର୍ଷାଋତୁ

tripsavvy.com

ଭୁବନେଶ୍ବର : ହିମାଚଳ ପ୍ରଦେଶ, ଦିଲ୍ଲୀ ଓ ଉତ୍ତରାଖଣ୍ଡ ଆକାଶରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ ପୂର୍ବ ଦିଗରେ ଗତି କରୁଛି। ଆସନ୍ତା ୨୪ ତାରିଖ ବେଳକୁ ଏହା ଓଡ଼ିଶା ଉପରେ ରହିବ। ଏହା ପ୍ରଭାବରେ ରାଜ୍ୟରେ ୨୪ ଓ ୨୫ ତାରିଖରେ ବର୍ଷା ହେବ। କେତେକ ସ୍ଥାନରେ କୁଆପଥର ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ୨୩ ତାରିଖରୁ ରାଜ୍ୟର କିଛି ସ୍ଥାନରେ ଝିପିଝିପି ବର୍ଷା ସହ ପାଗ କୋହଲା ରହିବ। ଉତ୍ତର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବ। ୨୪ ଓ ୨୫ ତାରିଖରେ ବର୍ଷା ହେବ। ୨୪ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା, କଟକ, ଯାଜପୁର, ଭଦ୍ରକ, ସୋନପୁର, ବୌଦ୍ଧ, ନୟାଗଡ଼ରେ କୁଆପଥର ବର୍ଷା ସହ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ‌ସମ୍ବଲପୁର ଓ ଦେବଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

ସେହିପରି ୨୫ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ ଓ ବୌଦ୍ଧରେ କୁଆପଥର ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ମାରିବ। ତେଣୁ ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୬ତାରିଖ ସକାଳୁ ସାରା ରାଜ୍ୟରେ ପାଗ ଶୁଖିଲା ହେବାକୁ ଥିଲେ ହେଁ ମୟୂରଭଞ୍ଜ ଓ ରାୟଗଡ଼ାର କେତେକ ସ୍ଥାନରେ ଝିପିଝିପି ବର୍ଷା ହୋଇପାରେ। ଅପରପକ୍ଷେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ କୁହୁଡ଼ି ପଡ଼ିପାରେ। ଆଜି ଦିନର ତାପମାତ୍ରା କେତେକ ସ୍ଥାନରେ କମିଛି। ୩୩ଡିଗ୍ରି ଉପରକୁ କୌଣସି ସ୍ଥାନରେ ତାତି ରେକର୍ଡ ହୋଇନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe