photo by : Skymet Weather
ଭୁବନେଶ୍ବର : ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି କମ୍ ରହିବ। ସର୍ବୋଚ୍ଚ ତାପମାତ୍ରା କ୍ରମାଗତ ଭାବେ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଏଥିରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ହୋଇପାରେ। ଶନିବାର ଭଦ୍ରକ, କଟକ, ଖୋର୍ଧା, ଜଗତ୍ସିଂହପୁର, ଅନୁଗୁଳ, କନ୍ଧମାଳ, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡ଼ି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଏହାର ପରବର୍ତୀ ଦୁଇ ଦିନ ଅର୍ଥାତ୍ ୧ ଓ ୨ ତାରିଖ ଦିନ ସମୟରେ ପାଗ ମୁଖ୍ୟତଃ ଶୁଖିଲା ରହିବେ। ଅପରାହ୍ନଠାରୁ ପାଗରେ ସାମାନ୍ୟ ପରିବର୍ତନ ଆସିବ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ବାଲେଶ୍ବର ଜିଲ୍ଲାରେ ହାଲୁକା ବର୍ଷା ହେବା ସହ ଘଡ଼ଘଡ଼ି ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ୩ ଓ ୪ ତାରିଖରେ ବି ଉକ୍ତ ଜିଲ୍ଲାଗୁଡ଼ିକ ସମେତ ରାୟଗଡ଼ାରେ ହାଲୁକା ବର୍ଷା ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ସହରର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିଲା। ତେବେ ସର୍ବନିମ୍ନ ତାପମାତ୍ରା କେତେକ ସ୍ଥାନରେ ଖସିଛି। ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ପୁଣିଥରେ ୧୦ ଡିଗ୍ରି ତଳକୁ ଖସି ୯.୫ ଡିଗ୍ରିରେ ପହଞ୍ଚିଛି।
Follow Us