ଆସନ୍ତା ୧୩ ଓ ୧୪ରେ ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା

Advertisment
ଦାନା ବାନ୍ଧୁଛି ଲଘୁଚାପ; ୨୪ରୁ ଭୀଷଣ ବର୍ଷା

Kerala Kaumudi

ଭୁବନେଶ୍ବର : ମୌସୁମୀ ବର୍ଷା ଏବେ ରାଜ୍ୟରେ ସ୍ବାଭାବିକ ରହିଥିଲେ ମଧ୍ୟ ବର୍ଷାର ପରିମାଣ କମ୍ ରହିଛି। ମୌସୁମୀ ଟ୍ରାଫ୍‌ ଏବେ ଉତ୍ତର ଆଡ଼କୁ ଗତ କରୁଛି। ଏହି ସମୟରେ ମୌସୁମୀ ସାଧାରଣତଃ ଦୁର୍ବଳ ରହିଥାଏ। ଆସନ୍ତା କିଛି ଘଣ୍ଟା ପାଇଁ ଉତ୍ତର-ଦକ୍ଷିଣ ଟ୍ରାଫ୍‌ ଲାଇନ୍‌ ଓଡ଼ିଶା ଉପରେ ରହିଛି। ଏହି କାରଣରୁ ରାଜ୍ୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଟ୍ରାଫ୍‌ ଧୀରେଧୀରେ ଦକ୍ଷିଣ ଆଡ଼କୁ ଆସିବ। ଫଳରେ ୧୩ ତାରିଖ ଦିନ ସାରା ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି। ୧୨ ତାରିଖରୁ ହିଁ ରାଜ୍ୟରେ ବର୍ଷାର ପରିମାଣ ଟିକେ ବଢ଼ିବ ଓ ୧୩ ଓ ୧୪ ତାରିଖରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ଓ କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ବି ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ଆର୍‌ ବିଶ୍ବାସ କହିଛନ୍ତି।

ଶ୍ରୀ ବିଶ୍ବାସ କହିଛନ୍ତି, ଆସନ୍ତାକାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା ଓ ବରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ଏହାସହ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ସୋନପୁର, ମୟୂରଭଞ୍ଜ, ସମ୍ବଲପୁର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ହାଲୁକ‌‌ା ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୩ ତାରିଖ ଦିନ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ବରଗଡ଼, ବଲାଙ୍ଗୀର, ଅନୁଗୁଳ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ଏବଂ ୧୪ ତାରିଖ ଦିନ ନୂଆପଡ଼ା, ବଲାଙ୍ଗୀର, ସମ୍ବଲପୁର ଓ ମାଲକାନଗିରି ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe