ଲଘୁଚାପ ପ୍ରଭାବ : ୪ ଜିଲ୍ଲାରେ ଅତି ପ୍ରବଳ ଓ ୧୨ ଜିଲ୍ଲାରେ ପ୍ରବଳ ବର୍ଷା‌ ସମ୍ଭାବନା

ଲଘୁଚାପ ପ୍ରଭାବ : ୪ ଜିଲ୍ଲାରେ ଅତି ପ୍ରବଳ ଓ ୧୨ ଜିଲ୍ଲାରେ ପ୍ରବଳ ବର୍ଷା‌ ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗତକାଲିଠାରୁ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ୪ ଟି ଜିଲ୍ଲାରେ ଅତି ପ୍ରବଳ ଓ ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଂଜାମ , କନ୍ଧମାଳ , କଳାହାଣ୍ଡି ଏବଂ ଅନୁଗୁଳ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ଖୋର୍ଦ୍ଧା, କଟକ, ଗଜପତି, ରାୟଗଡା, ନୟାଗଡ଼, ବୌଦ୍ଧ, ପୁରୀ, ବଲାଙ୍ଗୀର,ଜଗତସିଂପୁର, କେନ୍ଦ୍ରାପଡା, ଢେଙ୍କାନାଳ ଏବଂ ସୋନପୁର ଆଦି ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। 

ଆଉ ୪ ଦିନ ଏମିତି ପାଗ ଲାଗି ରହିବ। ଶନିବାରଠାରୁ ବର୍ଷାର ପରିମାଣ ବଢ଼ିବ ଓ ରାଜ୍ୟର ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଜିଲ୍ଲାଗୁଡ଼ିକ ହେଲା, ଖୋର୍ଦ୍ଧା, କଟକ, ଗଜପତି, ରାୟଗଡା, ନୟାଗଡ଼, ବୌଦ୍ଧ, ପୁରୀ, ବଲାଙ୍ଗୀର,ଜଗତସିଂପୁର, କେନ୍ଦ୍ରାପଡା, ଢେଙ୍କାନାଳ ଏବଂ ସୋନପୁର। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅପରପକ୍ଷେ ମଝିରେ ମଝିରେ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ସମୁଦ୍ର ଭିତରକୁ ନ ଯିବାକୁ କେନ୍ଦ୍ର ମତ୍ସ୍ୟଜୀବୀମାନଙ୍କୁ ବାରଣ କରିଛି।

କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଗତକାଲିର ଏହି ଲଘୁଚାପ କ୍ଷେତ୍ରର ଯେଉଁ ସ୍ଥିତି ରହୁଛି, ବର୍ତ୍ତମାନ ଉତ୍ତର-ପଶ୍ଚିମ ତଥା ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ଏବଂ ଓଡ଼ିଶା ତଥା ଉତ୍ତର ଆନ୍ଧ୍ର ଉପକୂଳ ଅଞ୍ଚଳରେ ଏହା ସକ୍ରିୟ ରହିଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୫.୮କିମି ଯାଏ ବ୍ୟାପିଛି। ଏହାସହ ଆଉ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ଛତିଶଗଡ଼ ତଥା ଏହାର ସଂଲଗ୍ନ ଅଞ୍ଚଳରେ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୭.୬ କିମି ଯାଏ ବ୍ୟାପିଛି। ଲଘୁଚାପ ସହ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe