ରାଜ୍ୟର ଏହି ୧୬ ଜିଲ୍ଲାରେ ସଂଧ୍ୟା ସୁଦ୍ଧା ପ୍ରବଳ ବର୍ଷ ସହ ଘଡ଼ଘଡ଼ି ସମ୍ଭାବନା

Advertisment
ରାଜ୍ୟର ଏହି ୧୬ ଜିଲ୍ଲାରେ ସଂଧ୍ୟା ସୁଦ୍ଧା ପ୍ରବଳ ବର୍ଷ ସହ ଘଡ଼ଘଡ଼ି ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ୧୬ ଜିଲ୍ଲାକୁ ବଜ୍ରପାତ ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସନ୍ଧ୍ୟା ୭ଟା ୩୦ ମିନିଟ୍‌ ମଧରେ ରାଜ୍ୟର ୧୬ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହି ଜିଲ୍ଲା ଗୁଡିକ ମଧ୍ୟରେ ଅଛି- ସୁନ୍ଦରଗଡ଼, ଝାରସୁଗୁଡା, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ନୟାଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର। ସନ୍ଧ୍ୟା ୭.୩୦ ମିନିଟ୍‌ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ।

ସେପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ମୁତାବକ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଗତ କାଲିଠାରୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହାକି ଧିରେ ଧିରେ ଘୁଚାପରେ ପରିଣତ ହେବାରେ ଲାଗିଛି। ତେବେ ଏହାର ପ୍ରଭାବରେ ଆଜି ମଧ୍ୟରାତ୍ରିରୁ ବର୍ଷା ହେବା ସହ ଆସନ୍ତା ୭୨ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

publive-image

ଅନ୍ୟପଟେ ପଶ୍ଚିମ ଓ ଉତ୍ତର ଭାରତ ଉପରେ ୫ରୁ ଅଧିକ ଘୂର୍ଣ୍ଣିବଳୟ ରହିଥିବା ନେଇ ପୂର୍ବରୁ ସତର୍କ କରାଇଥିଲା ଭାରତୀୟ ପାଣିପାଗ କେନ୍ଦ୍ର। ଓଡ଼ିଶା ଉପରେ ଏବେ ଏହାର ପ୍ରଭାବ ପଡ଼ିବନି। କିନ୍ତୁ ଆଜି ବିଳମ୍ବିତ ରାତ୍ରିରେ ଲଘୁଚାପ ପ୍ରଭାବରେ ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସନ୍ତା ୨୯ ତାରିଖ ଯାଏ ବର୍ଷା ଲାଗିରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe