ଛଅରୁ ଛେଚିବ: ରାଜ୍ୟର ଅଧିକାଂଶ ସ୍ଥାନ ହେବ ଜଳମୟ, ପାଣିପାଗ ବିଭାଗର ପୂର୍ବାନୁମାନ

Advertisment
ଲାଗି ରହିବ ‘ଲା ଲିନା’ ପ୍ରଭାବ, ଏ ବର୍ଷ ବିଶ୍ୱରେ ବାତ୍ୟା ବଢ଼ିବ

ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ଥିବା ୱେଲମାର୍କ ଲୋ ପ୍ରେସର, ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି। ବର୍ତ୍ତମାନ ଏହା ଝାଡଖଣ୍ଡର ଦକ୍ଷିଣ-ପୂର୍ବ ଏବଂ ଓଡିଶା, ପଶ୍ଚିମବଙ୍ଗ ସଂଲଗ୍ନ ଅଂଚଳରେ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ତେବେ ବର୍ଷାର ପରିମାଣ କମିଛି। ପାଣିପାଗ ବିଭାଗର ଆକଳନ କହୁଛି, ଆସନ୍ତା ୨୪ ଘଣ୍ଟା ଭିତରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା କମିବ। ତେବେ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ହେବ। ଏଥିସହ ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ବରଗଡ, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେଉଁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।

publive-image

ଅନ୍ୟପଟେ ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜରେ ସବୁଠୁ ଅଧିକ ବର୍ଷା ହୋଇଛି ବୋଲି ରେକର୍ଡ ହୋଇଛି। ଆସନ୍ତା ୩ ତାରିଖରୁ ଧିରେ ଧିରେ ବର୍ଷା କମିବ। ତେବେ ଜୁଲାଇ ୬ ତାରିଖରୁ ପୁଣି ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

ସବୁଠାରୁ ବଡ଼ କଥା ହେଲା କି, ଏଥର ଓଡିଶାକୁ ବିଳମ୍ବରେ ମୌସୁମୀ ବାୟୁ ଛୁଇଁଥିଲା ଏବଂ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମୌସୁମୀକୁ ଅଧିକ ସକ୍ରିୟ କରିଛି। ଫଳରେ ଦୁଇ ଦିନ ହେଲା ସାରା ଓଡ଼ିଶାରେ ବର୍ଷା ଜାରି ରହିଛି। ତେବେ ଆସନ୍ତା ୬ ତାରିଖରୁ ପୁଣି ବର୍ଷା ହେବାର ପୂର୍ବାନୁମାନ ଆଞ୍ଚଳିକ ପାଣିପାଗ କେନ୍ଦ୍ର କରିବା ପରେ ଏବେ ବିଭିନ୍ନ ରାଜ୍ୟର ବନ୍ୟା ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe