ୱେବ୍ ଚ୍ୟାନେଲ ଅଫିସ୍‌ରେ ଦେହ ବେପାର, କଲେଜ ଛାତ୍ର, ଚ୍ୟାନେଲ୍ ମାଲିକ ଗିରଫ

Advertisment

୫ ଦେହଜୀବୀ ଉଦ୍ଧାର; ମୋବାଇଲ୍, ଆପତ୍ତିଜନକ ସାମଗ୍ରୀ ଜବତ

୫ ଦେହଜୀବୀ ଉଦ୍ଧାର; ମୋବାଇଲ୍, ଆପତ୍ତିଜନକ ସାମଗ୍ରୀ ଜବତ

ୱେବ୍ ଚ୍ୟାନେଲ ଅଫିସ୍‌ରେ ଦେହ ବେପାର, କଲେଜ ଛାତ୍ର, ଚ୍ୟାନେଲ୍ ମାଲିକ ଗିରଫ

କଟକ: ମଧୁପାଟଣା-ବାଦାମବାଡ଼ି ଲିଙ୍କରୋଡ୍ ପାର୍ଶ୍ବ ସୂର୍ଯ୍ୟବିହାରର ଆବାସିକ ଅଞ୍ଚଳରେ ଚାଲିଥିବା ଏକ ସେକ୍ସ ରୢାକେଟ୍ ଧରା ପଡିଛି। ‘ତୁଳସୀକ୍ଷେତ୍ର ନିଉଜ୍‌ (ଟିଏନ୍‌ଏସ୍‌) ୱେବ ଚ୍ୟାନେଲ୍ ନାମରେ ଅଫିସ ଖୋଲି ଚାଲିଥିବା ଦେହ ବ୍ୟବସାୟ ରୢାକେଟର ପର୍ଦ୍ଦାଫାସ କରିଛି ପୁଲିସ। ବାଦାମବାଡ଼ି ଥାନା ପୁଲିସ ଆଜି ଏଠାରେ ଚଢ଼ଉ କରି ଦେହ ବ୍ୟବସାୟ ଚଳାଉଥିବା ମାଷ୍ଟରମାଇଣ୍ଡ ସମେତ ଜଣେ ଯୁକ୍ତ ତିନି କଲେଜ ଛାତ୍ରଙ୍କୁ ଗିରଫ କରିଛି। ଏହା ସହିତ ଏହି କାରବାରରେ ସଂପୃକ୍ତ ୫ ଜଣ ମହିଳା ଓ ଯୁବତୀଙ୍କୁ ସେଠାରୁ ଉଦ୍ଧାର କରାଯାଇଛି। ଘର ଭିତରୁ ୧୦ରୁ ଅଧିକ ମୋବାଇଲ୍ ଫୋନ୍ ଓ ଅନ୍ୟ ଆପତ୍ତିଜନକ ସାମଗ୍ରୀ ପୁଲିସ ଜବତ କରିଛି।

ବାଦାମବାଡ଼ି ଥାନା ସୂର୍ଯ୍ୟବିହାର ଅଞ୍ଚଳରେ ଲାଲବାଗ ଥାନା ଅନ୍ତର୍ଗତ ଅଲିଶାବଜାର ଅଞ୍ଚଳର ସୁଭାଷ କୁମାର ସାହୁ(୪୫) ଗଲା ୧୦ ମାସ ହେବ ଘର ଭଡ଼ା ନେଇ ଦେହ ବ୍ୟବସାୟ ଆରମ୍ଭ କରିଥିଲା। ଏକ କୋଠାର ତଳ ମହଲାରେ ଦୁଇଟି ରୁମ୍ ସହିତ ଶୌଚାଳୟ, ରୋଷେଇ ଘର ଭଡ଼ାରେ ନେଇ ସୁଭାଷ ଏହି ବ୍ୟବସାୟ ଆରମ୍ଭ କରିଥିଲା। ତୁଳସୀକ୍ଷେତ୍ର ନିଉଜ୍ ସର୍ଭିସ ନାଁରେ ଏକ ବ୍ୟାନର ବି ଲଗାଇଥିଲା। ତେଣୁ ସ୍ଥାନୀୟ ବାସିନ୍ଦା ଏ ସମ୍ପର୍କରେ ଅବଗତ ଥାଇ ମଧ୍ୟ ଚୁପ୍ ରହୁଥିଲେ। ସୁଭାଷ ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଧା, ନୟାଗଡ଼, କଟକରୁ ମହିଳା ଓ ଯୁବତୀଙ୍କୁ ଆଣି ଏଭଳି କାର୍ଯ୍ୟରେ ନିୟୋଜିତ କରିଥିଲା। ଏମାନଙ୍କ ବୟସ ୨୦ରୁ ୩୦ ବର୍ଷ ହେବ ବୋଲି ଆକଳନ କରାଯାଉଛି। ପ୍ରତି ଗ୍ରାହକ ପିଛା ୧ ହଜାର ଟଙ୍କା ଲେଖାଏ ନେଉଥିଲା ସୁଭାଷ। ମଙ୍ଗଳବାର ଅପରାହ୍ନରେ ବାଦାମବାଡ଼ି ଥାନା ପୁଲିସ ଏହି ଘରେ ଚଢ଼ଉ କରିଥିବା ବେଳେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe