ଇସ୍ପାତ ଶିଳ୍ପ ସହ ଜଡ଼ିତ ଆନୁଷଙ୍ଗିକ ଶିଳ୍ପସଂସ୍ଥାଗୁଡ଼ିକର ପୁନରୁଦ୍ଧାର କରାଯାଉଛି : କେନ୍ଦ୍ର ଇସ୍ପାତ ମନ୍ତ୍ରୀ

Advertisment

ସିଆଇଆଇ ପକ୍ଷରୁ ଖଣି ଓ ଧାତୁ ଶିଳ୍ପ ସଂପର୍କିତ ଓ୍ବେବିନାର

ସିଆଇଆଇ ପକ୍ଷରୁ ଖଣି ଓ ଧାତୁ ଶିଳ୍ପ ସଂପର୍କିତ ଓ୍ବେବିନାର

ଇସ୍ପାତ ଶିଳ୍ପ ସହ ଜଡ଼ିତ ଆନୁଷଙ୍ଗିକ ଶିଳ୍ପସଂସ୍ଥାଗୁଡ଼ିକର ପୁନରୁଦ୍ଧାର କରାଯାଉଛି : କେନ୍ଦ୍ର ଇସ୍ପାତ ମନ୍ତ୍ରୀ

ଭୁବନେଶ୍ବର : ଇସ୍ପାତ କ୍ଷେତ୍ର ଓ ଏହା ସହତି ଜଡ଼ିତ କ୍ଷୁଦ୍ର ଓ ମଧ୍ୟମ ଆନୁଷଙ୍ଗିକ ଶିଳ୍ପ ସଂସ୍ଥାଗୁଡ଼ିକର ପୁନରୁଦ୍ଧାର ଲାଗି ସରକାର କାର୍ୟ୍ୟ କରୁଛନ୍ତି ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲସ୍ତେ କହିଛନ୍ତି ।

ଭାରତୀୟ ଶିଳ୍ପ ମହାସଂଘ ବା ସିଆଇଆଇ ପକ୍ଷରୁ ଖଣି ଓ ଧାତୁ ଶିଳ୍ପ ଉପରେ ଆୟୋଜିତ ଓ୍ବେବିନାରରେ ଯୋଗ ଦେଇ ସେ କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ଇସ୍ପାତ ମୂଲ୍ୟରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହେଉଛି ଓ ୨୦୨୨ରେ ବି ଏହା ଜାରି ରହିବ । ଭାରତୀୟ ଇସ୍ପାତ ଶିଳ୍ପରେ ଅନେକ ଅତ୍ୟାଧୁନିକ ଇସ୍ପାତ କାରଖାନା ରହିଛି । ଯେଉଁଗୁଡ଼ିକ ପୁରୁଣା ହୋଇଯାଇଛନ୍ତି ସେଗୁଡ଼ିକର ଆଧୁନୀକୀକରଣ ଚାଲିଛି ।

ଭାରତୀୟ ଇସ୍ପାତ ଶିଳ୍ପର ଲକ୍ଷ୍ୟ ୨୦୩୦ ଉପରେ ଆଲୋଚନା କରି କେନ୍ଦ୍ର ଇସ୍ପାତ ସଚିବ ରସିକା ଚୌବେ କହିଥିଲେ ଯେ ୨୦୧୭ର ଜାତୀୟ ଇସ୍ପାତ ନୀତି ଅନୁସାରେ ଭାରତର ଇସ୍ପାତ ଶିଳ୍ପକୁ ଅତ୍ୟାଧୁନିକ ଟେକନଲୋଜୀ ସମ୍ପନ୍ନ କରି ବିଶ୍ବ ସ୍ତରରେ ପ୍ରତିଯୋଗିତାକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆହୁରି ମଧ୍ୟ କମ ଖର୍ଚ୍ଚରେ ଉଚ୍ଚଗୁଣମାନର ଇସ୍ପାତ ଉତ୍ପାଦନ କରି ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଉପରେ ସରକାରଙ୍କ ଫୋକସ ରହିଛି ।

ଏହି ଓ୍ବେବିନାରରେ ସିଆଇଆଇ-ପୂର୍ବାଞ୍ଚଳର ଅଧ୍ୟକ୍ଷ ଶଶିଶେଖର ମହାନ୍ତି ସ୍ବାଗତ ଭାଷଣ ଦେଇଥିବାବେଳେ , ସିଆଇଇ ଖଣି ଓ ଧାତୁ ସବକମିଟିର ଉପସଭାପତି ତଥା ଜେଏସ୍‌ଡବ୍ଲୁ (ଓଡ଼ିଶା ଖଣି ପ୍ରକଳ୍ପ)ର ସିଓଓ ରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ନାଲ୍‌କୋର ପୂର୍ବତନ ଅଧ୍ୟକ୍ଷ ଶ୍ରୀଧର ପାତ୍ର, ଜେଏସ୍‌ପିଏଲ୍‌ର ଏମ୍‌ଡି ଭି ଆର୍‌ ବର୍ମା, ସିଆଇଆଇ ଝାଡ଼ଖଣ୍ଡର ସଂଯୋଜକ ସୋମେଶ ବିଶ୍ବାସ, ଟାଟା ଷ୍ଟିଲ୍ ମାଇନିଂର ଏମ୍‌ଡି ଏମ୍‌ ସି ଥୋମାସ, ଏମ୍‌ସିଏଲ୍‌ର ନିର୍ଦେଶକ କେଶବ ରାଓ, ଓଏମ୍‌ସିର ନିର୍ଦେଶକ (ଖଣି) ସବ୍ୟସାଚୀ ମହାନ୍ତି, ବେଦାନ୍ତର ସିଓଓ (ଧାତବ) ଦୀପକ ପ୍ରସାଦ ଓ କେପିଏମ୍‌ଜି ଆଡ୍‌ଭାଇଜରିର ବିଦ୍ୟୁତ ଚକ୍ରବର୍ତ୍ତୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe