ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ “ଗ୍ରାମ୍ୟ ପୁନର୍ଗଠନ ପ୍ରସଙ୍ଗରେ ଗାନ୍ଧିଜୀଙ୍କ ଚିନ୍ତାଧାରା” ଶୀର୍ଷକ ୱେବିନାର

Advertisment
ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ “ଗ୍ରାମ୍ୟ ପୁନର୍ଗଠନ ପ୍ରସଙ୍ଗରେ ଗାନ୍ଧିଜୀଙ୍କ ଚିନ୍ତାଧାରା” ଶୀର୍ଷକ ୱେବିନାର

ବାରିପଦା : ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ “ଗ୍ରାମ୍ୟ ପୁନର୍ଗଠନ ପ୍ରସଙ୍ଗରେ ଗାନ୍ଧିଜୀଙ୍କ ଚିନ୍ତାଧାରା” ଶୀର୍ଷକ ୱେବିନାର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଗାନ୍ଧୀ ଅଧ୍ୟୟନ ସମିତି ଓ ଅନ୍ତ୍ୟୋଦୟ ଚେତନା ମଣ୍ଡଳ ପକ୍ଷରୁ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଅନ୍‌ଲାଇନ୍ ଆଲୋଚନାଚକ୍ର ଜୁମ୍ ୱେବ୍ ପ୍ଲାଟଫର୍ମ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଗାନ୍ଧିଜୀଙ୍କର “ଗ୍ରାମ ସ୍ୱରାଜ’’ ଏବଂ ସ୍ୱଦେଶୀ ଶିଳ୍ପଦ୍ୟୋଗ ବିକାଶ ମାଧ୍ୟମରେ ‘ଆତ୍ମନିର୍ଭର ଭାରତ’ ନିର୍ମାଣ କରିବାର ସ୍ୱପ୍ନକୁ ସାକାର କରିବାର ସମୟ ଉପନୀତ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।

ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ଭାରତୀୟ ଗାନ୍ଧୀ ଅଧ୍ୟୟନ ସମିତିର ସାଧାରଣ ସମ୍ପାଦକ ସୁଧୀର ଚନ୍ଦ୍ର ଜେନା ଅତିଥିମାନଙ୍କର ସଂକ୍ଷିପ୍ତ ପରିଚୟ ପ୍ରଦାନ କରିବା ସହ ଆଲୋଚ୍ୟ ବିଷୟର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକପାତ କରିଥିଲେ । ସମିତିର ସଭାପତି ଶୀଲା ରାୟ ଆଲୋଚ୍ୟ ବିଷୟବସ୍ତୁ ଉପରେ ବିସ୍ତୃତ ଭାବରେ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ଅତିଥି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର ଗ୍ରାମ୍ୟ ପୁନର୍ନିମାଣ ପାଇଁ କରାଯାଇଥିବା ଯୋଜନାରେ ଅଧିକରୁ ଅଧିକ ଅର୍ଥର ବ୍ୟବସ୍ଥା ସହ କୌଶଳର ଅଭିବୃଦ୍ଧି ସମ୍ପର୍କରେ ଗୁରୁତ୍ୱ ଆରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ମିତା ନାୟକ, ଗୌରାଙ୍ଗ ଚରଣ ପରିଡା, ଆଦିତ୍ୟ ପଟ୍ଟନାୟକ ପ୍ରମୁଖଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା, ଗବେଷକ ଗବେଷିକା ଓ ଛାତ୍ରଛାତ୍ରୀ ଜୁମ୍ ପ୍ଲାଟଫର୍ମ ମାଧ୍ୟମରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗର ଅଧ୍ୟାପକ ଶାନ୍ତି ସ୍ୱରୂପ ବସା ପରିଚାଳନା କରିଥିଲେ । ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ଗବେଷିକା ମୋନାଲିସା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe