ଭାରତୀୟ ଲୋକ ପ୍ରଶାସନ ସଂସ୍ଥା ପକ୍ଷରୁ ଦକ୍ଷତା ବିକାଶ ଉପରେ ୱେବିନାର୍‌

Advertisment
ଭାରତୀୟ ଲୋକ ପ୍ରଶାସନ ସଂସ୍ଥା ପକ୍ଷରୁ ଦକ୍ଷତା ବିକାଶ ଉପରେ ୱେବିନାର୍‌

LawOF

ଭୁବନେଶ୍ବର : ଭାରତୀୟ ଲୋକ ପ୍ରଶାସନ ସଂସ୍ଥା (ଆଇଆଇପିଏ) ପକ୍ଷରୁ ‘ଦକ୍ଷତା ବିକାଶ : ସମସ୍ୟା, ଆହ୍ବାନ ଓ ସୁଯୋଗ’ ଶୀର୍ଷକ ୱେବିନାର୍‌ ଅନୁଷ୍ଠିତ ହୋଇଯାଇଛି। ୱେବିନାର୍‌କୁ ସଂସ୍ଥାର ଅଧ୍ୟକ୍ଷ ଶରତ ଚନ୍ଦ୍ର ମିଶ୍ର ଉଦ୍‌ଘାଟନ କରିଥିଲେ। ଏକବିଂଶ ଶତାବ୍ଦୀ‌େର ଦକ୍ଷତା ବିକାଶର ଗୁରୁତ୍ବ ଓ ବିଶ୍ବରେ ବିଭିନ୍ନ କମ୍ପାନିଗୁଡ଼ିକର ଆବଶ୍ୟକତା ସମ୍ପର୍କରେ ଶ୍ରୀ ମିଶ୍ର ଆଲୋକପାତ କରିଥିଲେ। ସମ୍ପାଦକ ଅଶୋକ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଆଲୋଚନାରେ ଅଂଶଗ୍ରହଣ କରି ଓଡ଼ିଶା ନଲେଜ୍ କର୍ପୋରେସନ୍‌ର ପରିଚାଳନା ନିର୍ଦ୍ଦେଶକ ମନୋରଞ୍ଜନ ପୁଥାଲ୍‌ କହିଥିଲେ ଯେ ଉପଯୁକ୍ତ କୌଶଳ ଓ ଦକ୍ଷତା ଅଭାବରୁ ଛୋଟ ସହର ତଥା ଗ୍ରାମାଞ୍ଚଳର ଯୁବକ, ଯୁବତୀମାନେ ଚାକିରି ଓ ରୋଜଗାର ପାଇଁ ବଡ଼ ସହରକୁ ଯାଇ ପାରୁ ନାହାନ୍ତି। ଅନ୍‌ଲାଇନ୍ ମାଧ୍ୟମରେ ସେମାନେ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ୍‌ ହେବା ଆବଶ୍ୟକ। ଅନ୍ୟତମ ଆଲୋଚକ ଭାବେ ଡିଏଭି ସ୍କୁଲ୍‌ ଅଫ୍‌ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ୍‌ର ଅଧ୍ୟକ୍ଷ ଡି ଏନ୍ ମିଶ୍ର କହିଥିଲେ ଯେ ଉତ୍ତମ ଦକ୍ଷତା, ଉତ୍ତମ ଚାକିରି ଓ ଉତ୍ତମ ଜୀବନ ଅର୍ଥନୈତିକ ବିକାଶ ଓ ସମୃଦ୍ଧି ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଆଭିମୁଖ୍ୟ। ବଜାରର ଚାହିଦା ଅନୁଯାୟୀ ନିଜର ଦକ୍ଷତା ବୃଦ୍ଧି କରିବା ଉପରେ ଶ୍ରୀ ମିଶ୍ର ଗୁରୁତ୍ବାରୋପ କରିଥିଲେ। ଆଇଆଇପିଏର ପୂର୍ବତନ ଉପାଧ୍ୟକ୍ଷ କେ କେ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe