ଶ୍ରୀମତୀ କଳିଙ୍ଗ ପ୍ରତିଯୋଗିତା ପାଇଁ ଓ୍ଵବ୍‌ସାଇଟ୍‌ ଉନ୍ମୋଚିତ

Advertisment
ଶ୍ରୀମତୀ କଳିଙ୍ଗ ପ୍ରତିଯୋଗିତା ପାଇଁ ଓ୍ଵବ୍‌ସାଇଟ୍‌ ଉନ୍ମୋଚିତ

photo by : wp.com

ଭୁବନେଶ୍ୱର : ବୀଣାପାଣି ନାଟ୍ୟସଂସ୍ଥା ପକ୍ଷରୁ ଆସନ୍ତା ୨୫ରୁ ଜୟଦେବଭବନ ଠାରେ ଶ୍ରୀମତୀ କଳିଙ୍ଗ ଇଣ୍ଟରନ୍ୟାସ୍‌ନାଲ ପ୍ରତିଯୋଗିତା ଆୟୋଜିତ ହେବ। ଏହି ଅବସରରେ ଅନୁଷ୍ଠାନର ସଭାପତି ସ୍ମିତାଞ୍ଜଳି ରାୟ ବାରିକଙ୍କ ଦ୍ୱାରା ଏକ ଓ୍ଵବ୍‌ସାଇଟ୍‌ www.binapaninatyasanstha.org ଉନ୍ମୋଚିତ ହୋଇଛି। ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିବା ପ୍ରତିଯୋଗୀମାନେ ଉକ୍ତ ଓ୍ଵବସାଇଟ୍‌ରୁ ସମସ୍ତ ବିବରଣୀ ଜାଣି ପାରିବା ସହିତ ନାମ ପଞ୍ଜୀକରଣ ପାଇଁ ଫର୍ମ ମଧ୍ୟ ଡାଉନଲୋଡ୍‌ କରିପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ବୀଣାପାଣି ନାଟ୍ୟସଂସ୍ଥାର ରୌପ୍ୟ ଜୟନ୍ତୀ ସମାରୋହ ଅବସରରେ ଏ ବର୍ଷ ମିସେସ୍‌ କଳିଙ୍ଗ ସହିତ ମେ ଓ ଅଗଷ୍ଟରେ ମିସ୍‌ କଳିଙ୍ଗ ଓ ଲିଟିଲ୍‌ ମିସ୍‌ କଳିଙ୍ଗ ପ୍ରତିଯୋଗିତା ଆୟୋଜନ କରାଯିବ। ମିସେସ୍‌ କଳିଙ୍ଗ ପାଇଁ ୨୦ରୁ ୪୦ ବର୍ଷ ବୟସର ଶ୍ରୀମତୀମାନଙ୍କ ମଧ୍ୟରେ ନୃତ୍ୟ, ସଂଗୀତ, ଅଭିନୟ ଓ ଫ୍ୟାସନ୍‌ସୋର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ବିଜୟିନୀ ମୁକୁଟରେ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯିବ। ଏଥିରେ ଅଂଶଗ୍ରହଣ ପାଇଁ ମୋବାଇଲ୍‌ ନଂ ୯୯୩୮୨୧୨୯୩୫ରେ ଯୋଗାଯୋଗ କରିବା ପାଇଁ ଅନୁଷ୍ଠାନର ସଂପାଦକ ବିଚିତ୍ର ମଲିଆ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe