ବାହାଘର ପାର୍ସଲ ବିସ୍ଫୋରଣ : ନିର୍ବନ୍ଧ ପୂର୍ବରୁ ସୌମ୍ୟଙ୍କୁ ମିଳିଥିଲା ଧମକ!

Advertisment
ବାହାଘର ପାର୍ସଲ ବିସ୍ଫୋରଣ : ନିର୍ବନ୍ଧ ପୂର୍ବରୁ ସୌମ୍ୟଙ୍କୁ ମିଳିଥିଲା ଧମକ!

ବଲାଙ୍ଗୀର :ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ନୂଆ ମୋଡ। କିଛି ଦିନ ତଳେ ଉତ୍ତରାଞ୍ଚଳ ଆଇଜି ସୁଶାନ୍ତ କୁମାର ନାଥ, ଏସ୍‌ପି କେ.ସିଭା ସୁବ୍ରମଣି ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ପାଟଣାଗଡ ବ୍ରହ୍ମପୁରା ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ମୃତ ସୌମ୍ୟଶେଖରଙ୍କ ବାପା ଅଧ୍ୟାପକ ରବିନ୍ଦ୍ର ସାହୁ, ମା ସଂଯୁକ୍ତାଙ୍କ ସହ ଅନ୍ୟମାନଙ୍କୁ ଡାକି ପଚରା ଉଚରା କରିଥିଲେ। ତାର ଦୁଇ ଦିନ ପରେ ଏସ୍‌ପି କେ.ସିଭା ପ୍ରେମ ସଂପର୍କ ଆଡକୁ ଇଙ୍ଗିତ କଲେ। ଏବେ ଆଉ ଏକ ଖବର ସାମ୍ନାକୁ ଆସୁଛି। ଗୁରୁତର ରୀମାଙ୍କ ସହ ୧୩ ମାସ ତଳେ ସୌମ୍ୟଶେଖରଙ୍କ ନିର୍ବନ୍ଧ ହୋଇଥିଲା। ନିର୍ବନ୍ଧ ପୂର୍ବରୁ କେହିଜଣେ ସୌମ୍ୟଶେଖରଙ୍କୁ ଫୋନ୍‌ କରିଥିଲେ। ରୀମାଙ୍କୁ ବିବାହ ନକରିବାକୁ ଓଡ଼ିଆରେ ଧମକ ଦେଇଥିଲେ। ପରବର୍ତ୍ତୀ ସମୟରେ ଆଉ ସେଭଳି କଲ୍‌ ଆସି ନଥିଲା। ଏ ସଂପର୍କରେ ସୌମ୍ୟଶେଖର ବର୍ଷେ ତଳେ ସଂପର୍କୀୟ ଭଣଜା ତଥା ବନ୍ଧୁ ପପୁଙ୍କୁ କହିଥିଲେ। ପୁଲିସ ଖୋଳତାଡ଼ ବେଳେ ଏ ସଂପର୍କରେ ମୃତ ସୌମ୍ୟଶେଖରଙ୍କ ବାପା ପୁଲିସକୁ ଏହି ସୂଚନା ଦେଇଛନ୍ତି। ପୁଲିସ ଏ ଦିଗରେ ବି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe