ସପ୍ତାହେ ବ୍ୟାପୀ ଚାଲିବ ‘ଗନ୍ଦ୍‌ଗୀମୁକ୍ତ ଭାରତ’ ଅଭିଯାନ

Advertisment
ସପ୍ତାହେ ବ୍ୟାପୀ ଚାଲିବ ‘ଗନ୍ଦ୍‌ଗୀମୁକ୍ତ ଭାରତ’ ଅଭିଯାନ

Livemint

ଭୁବନେଶ୍ୱର : ଅଗଷ୍ଟ ୧୫ ଯାଏ ସପ୍ତାହେବ୍ୟାପୀ ସାରା ରାଜ୍ୟରେ ପାଳିତ ହେବ ‘ଗନ୍ଦ୍‌ଗୀମୁକ୍ତ ଭାରତ’(ଜିଏମ୍‌ବି) ଅଭିଯାନ। ଏହା ମାଧ୍ୟମରେ ପରିବେଶକୁ ସଫାସୁତୁରା ରଖିବା ସହ ସ୍ବଚ୍ଛତା ବଜାୟ ରଖିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯିବ। କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌କୁ ପାଳନ କରି ପ୍ରତିଦିନ ଗାଁରେ ବିଭିନ୍ନ ପରିବେଶ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଚାଲିବ। ଏନେଇ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ର‌ାଧିକରଣ(ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଗତକାଲି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଗାଇଡ୍‌ଲାଇନ୍‌କୁ ଆଧାର କରି ଶ୍ରୀ ପୁନିଆ କହିଛନ୍ତି ଯେ ୮ଦିନ ଧରି ଏହି ଅଭି‌ଯାନ ଜାରି ରହିବ। ଅଗଷ୍ଟ ୮ ତଥା ଆଜି ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ରର ଉନ୍ମୋଚନ କରାଯାଇଛି। ‘ଶିକ୍ଷା ସଂଯୋଗ’ ଆପ୍‌, ହ୍ବାଟସ-ଆପ୍‌ ଗ୍ରୁପ୍‌ ଆଦି ମାଧ୍ୟମରେ ତାହାକୁ ସ୍କୁଲ, ଶିକ୍ଷକ, ଅଭିଭାବକ, ଏସ୍‌ଏମ୍‌ସି/ଏସ୍‌ଏମ୍‌ଡିସି ସଦସ୍ୟ, ପିଆରଆଇ ସଦସ୍ୟଙ୍କ ନିକଟରେ ପହଞ୍ଚାଇବାକୁ କୁହାଯାଇଥିଲା। ତେବେ ଆଜିର କାର୍ଯ୍ୟକ୍ରମ ସଫଳ ହୋଇପାରି ନଥିବା ସୂଚନା ମିଳିଛି। ଅଗଷ୍ଟ ୯ରେ ଗ୍ରାମ ମୁଖିଆ ତଥା ସରପଞ୍ଚଙ୍କ ନେତୃତ୍ବରେ ସିଙ୍ଗଲ୍‌ ୟୁଜ୍‌ ପବ୍ଲିକ ବ୍ୟବହାର ଉପରେ ସଚେତନତା କରାଯିବାକୁ ଥିବା ବେଳେ ୧୦ ତାରିଖରେ ପଞ୍ଚାୟତରେ ପବ୍ଲିକ୍‌ ବିଲଡିଂ ସଫେଇ ଓ ସ୍ବଚ୍ଛ ଭାରତ ମିସନ୍‌ର ମୋବାଇଲ୍‌ ଏକାଡେମି ଉଦ୍‌ଘାଟନ, ୧୧ରେ ସ୍ବଚ୍ଛ ଭାରତ ମିସନ୍‌ ବାର୍ତ୍ତାକୁ ଆଧାର କରି ଗାଁ କାନ୍ଥରେ ଚିତ୍ରାଙ୍କନ, ୧୨ରେ ବୃକ୍ଷରୋପଣ କରାଯିବ। ଅଗଷ୍ଟ ୧୩ରେ ୬ଷ୍ଠରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍‌ଲାଇନ ଚିତ୍ରାଙ୍କନ, ୯ମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରଚନା ପ୍ରତିଯୋଗିତା ହେବ, ଯାହାର ବିଷୟବସ୍ତୁ ରହିବ ‘ଗନ୍ଦେଗୀମୁକ୍ତ ମେରା ଗାଁଓ’। ୧୪ ତାରିଖରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସଫେଇ ଓ ବିଶୋଧନ କରାଯିବାକୁ ଥିବା ବେଳେ ୧୫ ତାରିଖରେ ଆମ ସଭାରେ ଗାଁକୁ ଓଡିଏଫ୍‌ ପ୍ଲସ୍‌ ଭାବେ ଘୋଷଣା କରିବେ। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe