ସପ୍ତାହନ୍ତ ସଟ୍‌ଡାଉନ୍ କଟକଣାରେ ଆଂଶିକ ପରିବର୍ତ୍ତନ କଲେ ରାଜ୍ୟ ସରକାର; ଜାଣନ୍ତୁ କେଉଁ ସବୁ ସେବା ଚାଲୁ ରହିବ

Advertisment
ସପ୍ତାହନ୍ତ ସଟ୍‌ଡାଉନ୍ କଟକଣାରେ ଆଂଶିକ ପରିବର୍ତ୍ତନ କଲେ ରାଜ୍ୟ ସରକାର; ଜାଣନ୍ତୁ କେଉଁ ସବୁ ସେବା ଚାଲୁ ରହିବ

ଭୁବନେଶ୍ବର: ଗତ ୧ ତାରିଖ ଦିନ ରାଜ୍ୟରେ ଜୁନ୍‌ ମାସ ପାଇଁ ସରକାର ଜାରି କରିଥିବା ସପ୍ତାହନ୍ତ ସଟ୍‌ଡାଉନ୍ କଟକଣାରେ ଆଂଶିକ ପରିବର୍ତ୍ତନ କରାଯାଇଛି। ଏ ସଂକ୍ରାନ୍ତରେ ଗତକାଲି ସ୍ବତନ୍ତ୍ର ରିଲିଫ୍ କମିସନର୍‌ଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ଜାରି କରାଯାଇଛି। ସପ୍ତାହନ୍ତ ସଟ୍‌ଡାଉନ୍ କଟକଣାରୁ ନିମ୍ନ ଲିଖିତ କାର୍ଯ୍ୟକଳାପ ସବୁକୁ ବାଦ ଦିଆଯାଇଛି।

publive-image

ଡାକ୍ତରୀ କିଂବା ଅନ୍ୟ କୌଣସି ଜରୁରୀ କାର୍ଯ୍ୟରେ ଲୋକେ ଗମନାଗମନ କରି ପାରିବେ।

ଏଟିଏମ୍, ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଓ କ୍ଲିଅରିଙ୍ଗ୍ ହାଉସ୍ ଭଳି ଗୁରୁତ୍ବପୂର୍ଣ୍ଣ ଆର୍ଥିକ ପ୍ରତିଷ୍ଠାନ ଖୋଲା ରହିବ।

ବିମାନ ବନ୍ଦର, ରେଳ ଷ୍ଟେସନ୍, ବସ୍ ଟର୍ମିନାଲ୍‌ରେ ଚଳାଚଳ ଜାରି ରହିବ ଏବଂ ଏଥିରେ ସମ୍ପୃକ୍ତ ଥିବା କାର୍ଯ୍ୟାଳୟ, କର୍ମଚାରୀମାନଙ୍କର ଗମନାଗମନ ଏବଂ କାର୍ଯ୍ୟକଳାପ ସବୁକୁ ସଟ୍‌ଡାଉନ୍‌ରୁ ବାଦ ଦିଆଯିବ।

ରୋସ୍ତୋରାଁ ଏବଂ ଜୋମାଟୋ, ସ୍ବିଗି ଆଦି ସଂସ୍ଥା ଦ୍ବାରା ଘରେ ଖାଦ୍ୟ ଡେଲିଭରି କାମ ଚାଲୁ ରହିବ।

ସକାଳ ୫ଟାରୁ ସକାଳ ୮ଟା ମଧ୍ୟରେ ଖବରକାଗଜ ହକର୍‌ମାନଙ୍କୁ କାମ କରିବାକୁ ଅନୁମତି ମିଳିବ।

ଏଲ୍‌ପିଜି ଡିଷ୍ଟ୍ରିବ୍ୟୁସନ୍, ରନ୍ଧନ ଗ୍ୟାସ୍‌ର ହୋମ୍‌ ଡେଲିଭରି ଏବଂ ଏଥିସହ ସମ୍ପୃକ୍ତ କାର୍ଯ୍ୟାଳୟ, କର୍ମଚାରୀ ଓ ଯାନବାହନ ଚଳାଚଳ ସଟ୍‌ଡାଉନ୍‌ରୁ ଲାଗୁ ହେବନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe