ସପ୍ତାହନ୍ତ ସଟ୍‌ଡାଉନ୍: ଚମ୍ପୁଆରେ ରାସ୍ତାଘାଟ ଶୂନଶାନ

Advertisment
ସପ୍ତାହନ୍ତ ସଟ୍‌ଡାଉନ୍: ଚମ୍ପୁଆରେ ରାସ୍ତାଘାଟ ଶୂନଶାନ

ଚମ୍ପୁଆ : ମହାମାରୀ କୋରନାକୁ ରୋକିବା ପାଇଁ ପ୍ରଶାସନ ତରଫରୁ ସପ୍ତାହନ୍ତ ସଟ୍‌ଡାଉନ୍ ଘୋଷଣା ପରେ ଆଜି ଚମ୍ପୁଆରେ ଦୋକାନବଜାର ବନ୍ଦ ରହିଥିଲା। ରାସ୍ତାଘାଟ ସବୁ ଶୂନଶାନ ଥିଲା। ବନ୍ଦ ଯୋଗୁଁ ଚମ୍ପୁଆ ସଦର ମହକୁମାରେ କେବଳ ଔଷଧ ଓ କ୍ଷୀର ଦୋକାନ ଖୋଲା ରହିଥିବା ବେଳେ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଥିଲା। ଗାଁ ଗହଳିରେ କିନ୍ତୁ କେତେକ ସଟଡାଉନର ପ୍ରଭାବ ପଡ଼ି ନଥିବା ଦେଖାଯାଇଛି।

publive-image

ବଡ଼ବିଲରେ ସଟଡାଉନ୍, ଦୋକାନ ବଜାର ବନ୍ଦ
ବଡ଼ବିଲ : ସାରା ଦେଶରେ କରୋନା ହୁ ହୁ ‌ହୋଇ ବଢିବାକୁ ଲାଗିଥିବାବେ‌ଳେ, ରାଜ୍ୟ ସରକାର ୩୦ଟି ଜିଲ୍ଲାରେ ସପ୍ତାହର ଶନିବାର ଓ ରବିବାରକୁ ସଟଡାଉନ୍ ଘୋଷଣା କରିଛନ୍ତି। ଏହି ସଟଡାଉନ୍ ୨୪ ଓ ୨୫ ତାରିଖ ପାଇଁ ବଳବତ୍ତର ରହିଥିବାବେଳେ, ବଡ଼ବିଲ, ବଲାଣି, ଗୁଆଲି, ଠାକୁରାଣୀ, ନାଲଦା, କଳିଙ୍ଗ ନଗର, ଭଦ୍ରାସାହି ଅଂଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଓୌଷଧ ଦୋକାନ, ଅତ୍ୟାବଶ୍ୟକ ସାମଗ୍ରୀ କ୍ଷୀର, ରନ୍ଧନ ଗ୍ୟାସ, ପେଟ୍ରୋଲପମ୍ପକୁ ଛାଡି ଅନ୍ୟ ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଲୋକେ ସ୍ବଇଚ୍ଛା ଘରୁ ପଦାକୁ ବାହାରି ନଥିବାବେଳେ, ବଡ଼ବିଲ ପୁଲିସ ପକ୍ଷରୁ ପରିସ୍ଥିତି ଉପରେ କଡା ନଜର ରଖାଯାଇଥିଲା। ପୁଲିସ ପାଟ୍ରୋଲିଂକୁ କଡାକଡି କରାଯାଇଥିବା‌ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe