The Samikhsya
ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢି ଚାଲିଛି। କୋଭିଡ୍କୁ ନିୟନ୍ତ୍ରଣ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଂଗ୍ରାମ ଜାରି ରଖିଛନ୍ତି। ସଂକ୍ରମଣ ପ୍ରତିହତ କରିବା ପାଇଁ ସାମାଜିକ କାର୍ଯ୍ୟକ୍ରମକୁ ମଧ୍ୟ ବାରଣ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଅଗଷ୍ଟ ମାସ ୧୫ ତାରିଖରେ ସ୍ବାଧୀନତା ଦିବସ ଅବସରରେ ପରମ୍ପରା ଅନୁଯାୟୀ ରାଜଭବନରେ ଦିଆଯିବାକୁ ଥିବା 'ଆଟ୍ ହୋମ୍' ଅଭ୍ୟର୍ଥନା ଉତ୍ସବକୁ ବାତିଲ କରାଯାଇଛି। ନିଜେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
  
 Follow Us