Welcome to Dwadash Krosh Linga and Brahmani Parikrama Team at Bhuban Photograph: (sambad.in)
ଭୁବନ: ଢେଙ୍କାନାଳ ଜିଲ୍ଲାକୁ ବ୍ରାହ୍ମଣୀ ନଦୀ ଦୁଇ ଭାଗରେ ବିଭକ୍ତ କରୁଛି। ନଦୀର ଉଭୟ ପାର୍ଶ୍ବରେ ଦ୍ଵାଦଶ କ୍ରୋଷ ଲିଙ୍ଗ ବିରାଜମାନ କରିଛନ୍ତି। ଏହି ମନ୍ଦିର ଗୁଡିକ ପ୍ରତି ଏକ କ୍ରୋଷ ଅନ୍ତରରେ ପୂଜା ପାଉଛନ୍ତି। ପ୍ରତେକ ମନ୍ଦିରକୁ ଏକ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ସଂଯୋଗ କରିବାର ପରିକଳ୍ପନା କରାଯାଇଥିଲା ।
ସୋମବାର ସିଦ୍ଧ କ୍ଷେତ୍ର ଢେଙ୍କାନାଳର ବଲରାମ ମନ୍ଦିରରୁ ଆଜ୍ଞାମାଳ ନେଇ ଓଡ଼ାପଡ଼ା ବ୍ଲକର କମଲାଙ୍ଗ ଠାରୁ ଆରମ୍ଭ କରି ଧଳପୁର , ନାଧରା, ନାଗେନା, ଲତାଦେଇପୁର , କରମୂଳ ରେ ପ୍ରଥମ ଦିନ ଯାତ୍ରା ଶେଷ ହୋଇଥିଲା। ଦିନ କମଗରା , ସୋଗର , ବୁଢିବିଲି, ଗୋରଡିଆ, ମାର୍ଥାପୁର ପରେ ଭୁବନ ର ବୁଦ୍ଧେଶ୍ବର ମନ୍ଦିର ପରିଦର୍ଶନ କରିଥିଲେ। ସନ୍ଧ୍ୟାରେ ଚନ୍ଦ୍ରଶେଖର ଦର୍ଶନ ସାରି କାର୍ଯ୍ୟକ୍ରମ କୁ ଶେଷ୍ କରିଥିଲେ ବୋଲି ସଂଯୋଜକ ରାଜକିଶୋର ବେହେରା କୁହନ୍ତି। ଢେଙ୍କାନାଳ ଲୋକ କଳା ଉପସଭାପତି ଅବନୀ ମିଶ୍ର ଙ୍କ ଆୟୋଜନ କ୍ରମେ ଏହି ଦ୍ଵାଦଶ କ୍ରୋଷ ଲିଙ୍ଗ ଓ ବ୍ରାହ୍ମଣୀ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଭୁବନଠାରେ ବିଡିଓ ଆୟୁଷୀ ମହାପାତ୍ର, ଲୋକକଳା ବ୍ଲକ ଉପସଭାପତି ଅଶୋକ କୁମାର ସାମଲ , ପଣ୍ଡିତ ପ୍ରମୋଦ କୁମାର ମିଶ୍ର, କମିଟି ସଭାପତି ନରହରି ସାହୁ, ଉପସଭାପତି ବିପିନ ବିହାରୀ ସେଠି, ସଂପାଦକ ସମୀର କୁମାର ସାହୁ, ପରିଚାଳକ ପୂର୍ଣ୍ଣ ଚନ୍ଦ୍ର ସାହୁ, ଲକ୍ଷ୍ମଣ କୁମାର ସାହୁ, ଗୁଲୁଗୁଲ ସାହୁ, ତ୍ରିଲୋଚନ ସାହୁ ରମେଶ ପାତ୍ର, ସୁନାକର ବେହେରା ଓ ମନ୍ଦିର ପୂଜକ ସ୍ୱାଗତ କରିଥିଲେ ।
Follow Us