ବରଗଡ଼ରେ ହକି ବିଶ୍ବକପ୍‌କୁ ଜୋର୍‌ଦାର୍ ସ୍ବାଗତ   

Advertisment
ବରଗଡ଼ରେ ହକି ବିଶ୍ବକପ୍‌କୁ ଜୋର୍‌ଦାର୍ ସ୍ବାଗତ   

ବରଗଡ଼: ହକି ବିଶ୍ବକପ୍‌ ଟ୍ରଫିକୁ ବରଗଡ଼ ଜିଲ୍ଲାରେ ଜୋର୍‌ଦାର୍‌ ସ୍ବାଗତ କରାଯାଇଛି। ସୋନପୁର ଜିଲ୍ଲା ସୀମାନ୍ତ  ବରପାଲି ବ୍ଲକ୍‌ ସିକିର୍ଡିଠାରେ ଟ୍ରଫିକୁ ସ୍ବାଗତ କରିବା ପରେ ଟ୍ରଫି ପହଂଚିଥିଲା ବିଜେପୁର। ପରେ ବରଗଡ଼ ଜିଲ୍ଲା ସଦର ମହକୁମ‌ାରେ ଟ୍ରଫିକୁ ଭବ୍ୟ ସ୍ବାଗତ କରାଯାଇଥିଲା।

ସ୍ଥାନୀୟ ରୋଟାରୀ ପବ୍ଲିକ୍‌ ସ୍କୁଲଠାରେ ସ୍ବାଗତ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ସାଂସଦ ସୁରେଶ ପୂଜାରୀ, ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସାଧୁ  ନେପାକ, ପୌରାଧ୍ୟକ୍ଷା କଳ୍ପନା ମାଝୀ, ଜିଲ୍ଲାପାଳ ମୋନିଷା ବାନାର୍ଜୀ, ଏସ୍‌ପି ପରମାର ସ୍ମିତ ପୁରୁଷୋତ୍ତମ ଦାସ, ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତ, ପଙ୍କଜ  ଭୁଏ ଓ ଦୌଡ଼ରାଣୀ ଦୂତୀ ଚାନ୍ଦ ଯୋଗ ଦେଇଥିଲେ। ଟ୍ରଫି ପରିକ୍ରମା ପାଇଁ ଆୟୋଜିିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe