ଆଖୁ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ଦିଗରେ ବଡ଼ ପଦକ୍ଷେପ: ଧର୍ମେନ୍ଦ୍ର

Advertisment

ଇଥାନଲ୍‌ର କ୍ରୟ ମୂଲ୍ୟ ବୃଦ୍ଧି ସମ୍ପର୍କିତ କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ୱାଗତ

ଇଥାନଲ୍‌ର କ୍ରୟ ମୂଲ୍ୟ ବୃଦ୍ଧି ସମ୍ପର୍କିତ କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ୱାଗତ

ଆଗାମୀ ଦିନରେ ଲୋକଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା କରିବୁ: ଧର୍ମେନ୍ଦ୍ର

Business Standard

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପେଟ୍ରୋଲରେ ଇଥାନଲ୍‌ ମିଶ୍ରଣ ପାଇଁ ବିଭିନ୍ନ ଗ୍ରେଡ୍‌ରୁ ଉତ୍ପନ୍ନ ଇଥାନଲ୍‌ର କ୍ରୟ ମୂଲ୍ୟ ବୃଦ୍ଧି କରିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସହ ଏହି ନିଷ୍ପତି ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇବା ସହ ଆଖୁ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ଦିଗରେ ଏହା ବଡ଼ ପଦକ୍ଷେପ ବୋଲି କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ କ୍ୟାବିନେଟ୍‌ର ଆର୍ଥିକ ମାମଲାର କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆଖୁ ରସରୁ ଉତ୍ପାଦନ ହେଉଥିବା ଇଥାନଲ୍‌ର ମୂଲ୍ୟ ଲିଟର ପ୍ରତି ୬୨.୬୫ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି ବି-ହେଭି ମୋଲାସେସ ଇଥାନଲ୍‌ର ବୃଦ୍ଧି ଲିଟର ପ୍ରତି ୫୭.୬୧ଟଙ୍କା ଏବଂ ସି-ହେଭି ମୋଲାସେସ ଇଥାନଲ୍‌ ଲିଟର ପ୍ରତି ୪୫.୬୯ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ଆଖୁ ଚାଷୀମାନେ ଉପକୃତ ହେବେ। ଏହି ନିଷ୍ପତ୍ତି ଫଳରେ ଆଖୁ ମିଲ୍‌ର ନଗଦ ପାଣ୍ଠିକୁ ବୃଦ୍ଧି କରାଯିବ। ଏହା ସହ ଜାତୀୟ ଜୈବ ଇନ୍ଧନ ନୀତି ଅନୁଯାୟୀ ଲକ୍ଷ୍ୟ ହାସଲରେ ଇଥାନଲ୍‌ର ଉପଲବ୍ଧିକୁ ବୃଦ୍ଧି କରାଯିବ। ପେଟ୍ରୋଲରେ ଇଥାନଲ୍‌ ମିଶ୍ରଣ କରିବାର ଅନେକ ଲାଭ ରହିଛି। ଏହା ଦ୍ୱାରା ପେଟ୍ରୋଲିୟମ ଉତ୍ପାଦ ଆମଦାନୀ ଉପରେ ନିର୍ଭରତା କମିବା ସହ ପ୍ରଦୂଷଣ କମିବ ଓ ଚାଷୀ ମାନଙ୍କୁ ଲାଭ ହେବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe