ପୁରୀରେ ଅହିଂସା ରଥକୁ ସ୍ୱାଗତ

Advertisment
ପୁରୀରେ ଅହିଂସା ରଥକୁ ସ୍ୱାଗତ

ପୁରୀ : ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟ ପରିକ୍ରମା କରିବା ଲକ୍ଷ୍ୟରେ ପ୍ରସ୍ତୁତ ଅହିଂସା ରଥ ଶୁକ୍ରବାର ଦିନ ପୁରୀରେ ପହଞ୍ଚିଥିଲା। ଅଠରନଳ‌ାଠାରେ ପୁରୀ ପୌରପାଳିକା ପକ୍ଷରୁ ନିର୍ବାହୀ ଅଧିକାରୀ ସରୋଜ ସ୍ୱାଇଁ, ଅତିରିକ୍ତ ନିର୍ବାହୀ ଅଧିକାରୀ ମନୋଜ ବେହେରା ଅହିଂସା ରଥକୁ ବିପୁଳ ସ୍ୱାଗତ କରିଥିଲେ। ପରେ ଶରଧାବାଲିରେ ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ଶାନ୍ତିଲତା ପ୍ରଧାନ ପ୍ରମୁଖ ରଥକୁ ସ୍ୱାଗତ କରିଥିଲେ। ଜିଲ୍ଲା ସ୍କୁଲରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ଜିଲ୍ଲା ଜରୁରୀ ଅଧିକାରୀ ଜିତେନ୍ଦ୍ର ପାତ୍ର, କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ସ୍ୱାଗତ କରିଥିଲେ।

ବ୍ରହ୍ମଗିରି: ବ୍ରହ୍ମଗିରିରେ ଅହିଂସା ରଥକୁ ବ୍ଲକ୍ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଳାଇ ଓ ଜିଲ୍ଲା ପରିଷଦ ସଦସ୍ୟ କୈଳାଶ ଚନ୍ଦ୍ର ପରିଡ଼ା ପ୍ରମୁଖ ସ୍ବାଗତ କରିଥିଲେ।

କୋଣାର୍କ: ଆଜି ଅହିଂସାରଥକୁ କୋଣାର୍କରେ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶଚନ୍ଦ୍ର ରାଉତରାୟ, ନିର୍ବାହୀ ଅଧିକାରୀ ଆକ୍ରିତି ଗୋଏଙ୍କା ପ୍ରମୁଖ ସ୍ବାଗତ କରିଥିଲେ। ଅର୍କଶ୍ରୀ, କୋଣାର୍କ ନାଟ୍ୟମଣ୍ଡପ, କୋଣାର୍କ ସାହିତ୍ୟ ସଂସଦ ,ବସନ୍ତମଂଜରୀ ପାଠାଗାର, ଶିଶୁ ପତ୍ରିକା ବାନରସେନା ପକ୍ଷରୁ ମଧ୍ୟ ସ୍ବାଗତ ସମ୍ବର୍ନ୍ଧନା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe