ତୁରୁମୁଙ୍ଗାରେ କଂଗ୍ରେସର ଭାରତଯୋଡ଼ ଯାତ୍ରାକୁ ସ୍ବାଗତ

Advertisment
ତୁରୁମୁଙ୍ଗାରେ କଂଗ୍ରେସର ଭାରତଯୋଡ଼ ଯାତ୍ରାକୁ ସ୍ବାଗତ

ପାଟଣା: ମୟୂରଭଞ୍ଜ ଦେଇ କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନମଣ୍ଡଳୀର ତୁରୁମୁଙ୍ଗାରେ ପହଞ୍ଚିଛି କଂଗ୍ରେସର ଭାରତ ଯୋଡ଼ ଯାତ୍ରା। ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଯାତ୍ରାକୁ ସ୍ୱାଗତ କରିଛନ୍ତି। ତୁରୁମୁଙ୍ଗାଠାରେ ଆୟୋଜିତ ବିଶାଳ ସମାବେଶରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବା ଜେନା, ଭୁଜବଳ ମାଝୀ, ଗଣେଶ୍ଵର ବେହେରା, ବନ୍ଦିତା ପରିଡ଼ା, ବିପ୍ଳବ ମିଶ୍ର, ମୋହନ ପରିଡ଼ା, ଆଲୋକ ମିଶ୍ର, ମାନସ ଚୌଧୁରୀ, ବିସ୍ମୟ ମହାପାତ୍ର, ସଙ୍ଗୀତା ସିଂ, ଶୁଭମ୍ ରାଜ, ଏନାମେଲ ମଲ୍ଲିକ ପ୍ରମୁଖ  ଯୋଗଦେଇ ଭାରତ ଯୋଡ଼ ଯାତ୍ରାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି, ବେରୋଜଗାରୀ, ଦରଦାମ ବୃଦ୍ଧିର ତୀବ୍ର ସମାଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଭାରତ ଯୋଡ଼ ଯାତ୍ରାର ସଂଯୋଜକ ଉତ୍ତମ ସାହୁ, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ବିଦ୍ୟାଧର ଦାଶ, ବରିଷ୍ଠ କଂଗ୍ରେସ ନେତା ଲକ୍ଷ୍ମଣ କୁମାର ଦାଶ, ଭୋଳାନାଥ ବାଘେଲ, କୈଳାସ ବାରିକ, ପାଟଣା ବ୍ଲକ୍‌ କଂଗ୍ରେସ ସଭାପତି ଶତ୍ରୁଘ୍ନ ସିଂ, ସାହାରପଡ଼ା ବ୍ଲକ୍‌ ସଭାପତି ମୁକୁନ୍ଦ ମହାନ୍ତ, ମାନସିଂ ମୁଣ୍ଡା, ବସନ୍ତ ମିଶ୍ର, ବୀରଭଦ୍ର ମହାନ୍ତ, ଡୁମୁରିଆ ସରପଞ୍ଚ ଗୌରହରି ନାଏକ, ଗୋବିନ୍ଦ ମହାନ୍ତ, ସୁବଳ ସାହୁ, କମଳାକାନ୍ତ ଦାସ, ବିଦ୍ୟାଧର ସିଂ, ବ୍ରଜବନ୍ଧୁ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଯାତ୍ରା କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ଅଭିମୁଖେ ବାହାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe