ସାବାସ୍‌ ପୁଲିସ ବାବୁ... ଯାତ୍ରୀଙ୍କୁ ମରଣମୁହଁରୁ ବଞ୍ଚାଇଲେ

କଟକ ରେଳ ଷ୍ଟେସନ୍‌ରେ ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଥିବା ଜଣେ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ପ୍ଲାଟ୍‌ଫର୍ମରେ ଉପସ୍ଥିତ ପୁଲିସ କନେଷ୍ଟବଳ ତାଙ୍କୁ ଭିଡ଼ି ଆଣିବାରୁ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି।

REY

କଟକ: କଟକ ରେଳ ଷ୍ଟେସନ୍‌ରେ ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଥିବା ଜଣେ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ପ୍ଲାଟ୍‌ଫର୍ମରେ ଉପସ୍ଥିତ ପୁଲିସ କନେଷ୍ଟବଳ ତାଙ୍କୁ ଭିଡ଼ି ଆଣିବାରୁ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି। ପୁଲିସ ବାବୁଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଗୁରୁବାର ସକାଳ ପ୍ରାୟ ୮ଟା ୫ରେ କଟକ ରେଳ ଷ୍ଟେସନରେ କନ୍ୟାକୁମାରୀ ଦିବ୍ରୁଗଡ଼ ଏକ୍ସପ୍ରେସ୍‌ ପ୍ଲାଟଫର୍ମରୁ ଛାଡ଼ୁଥିଲା।

ଏହି ସମୟରେ ପଶ୍ଚିମବଙ୍ଗ ଉତ୍ତର ଦିନଜପୁରର ମିର୍ଜାପୁର ବାସିନ୍ଦା ମହମ୍ମଦ ମୁଜାହିର୍(୪୪) ଏକ ବ୍ୟାଗ୍ ଧରି ଚଢ଼ୁଥିଲେ। ତାଙ୍କ ଗୋଡ଼ ଖସିଯିବାରୁ ସେ ପ୍ଲାଟଫର୍ମ ଓ ଟ୍ରେନ୍ ମଝିରେ ଫସିଯାଇଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଜିଆର୍‌ପି କନେଷ୍ଟବଳ ଟୁଲୁ ବେହେରା ସାହସିକତାର ସହିତ ଦୌଡ଼ି ଯାଇ ମୁଜାହିରଙ୍କ ହାତ ଧରି ପ୍ଲାଟ୍‌ଫର୍ମ ଉପରକୁ ଭିଡ଼ି ଆଣିଥିଲେ। ଶ୍ରୀ ବେହେରାଙ୍କ ଏ ପ୍ରକାର ସାହସିକତା ପାଇଁ ପୁଲିସ ଡିଜି ଵାଇ.ବି.ଖୁରାନିଆ ତାଙ୍କୁ ଅଢ଼େଇ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe