ବିଶିଷ୍ଟ ସମାଜସେବୀ ଭାଗବତ ପ୍ରସାଦ ନନ୍ଦଙ୍କ ପରଲୋକ

ବିଶିଷ୍ଟ ସମାଜସେବୀ, ସର୍ବୋଦୟ ନେତା, ବରିଷ୍ଠ ସାମ୍ବାଦିକ ଭାଗବତ ନନ୍ଦ ଆଉ ନାହାନ୍ତି

ସମ୍ବଲପୁର: ବିଶିଷ୍ଟ ସମାଜସେବୀ ତଥା ବର୍ଷିୟାନ୍ ଗାନ୍ଧିବାଦୀ ଭାଗବତ ପ୍ରସାଦ ନନ୍ଦଙ୍କର ଆଜି ସଂଧ୍ୟାରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ ଓ ସମ୍ବଲପୁରର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଥିଲେ।

ସମ୍ବଲପୁର ଜିଲ୍ଲାର ଜଣେ ମୂରବୀ ଶ୍ରେଣୀୟ ବ୍ୟକ୍ତି ଭାବେ ଜଣାଶୁଣା ଦିବଂଗତ ନନ୍ଦ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥିଙ୍କର ବ୍ୟକ୍ତିଗତ ସଚିବ ଥିବା ସହ ପରାମର୍ଶଦାତା ମଧ୍ୟ ଥିଲେ। ଏଥିସହ ଜିଲ୍ଲାର ସମସ୍ତ ସାମାଜିକ ଓ ସାଂସ୍କୃତିକ ଆନ୍ଦୋଳନ ସହ ଜଡ଼ିତ ଥିଲେ। ସମ୍ବଲପୁରରେ  ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ହୋଇଥିବା ଆନ୍ଦୋଳନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦିବଂଗତ ନନ୍ଦ କିଛିଦିନ ସାମ୍ବାଦିକତା ମଧ୍ୟ କରିଥିଲେ ଓ  ଜିଲ୍ଲାର ସାହିତ୍ୟ, ସଂସ୍କୃତି, କଳା ଓ ଜନଜୀବନ ସହ ଅନ୍ତରଙ୍ଗ ଭାବେ ସଂଶ୍ଲିଷ୍ଟ ଥିଲେ।

ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ ସୌଦାମିନୀ ନନ୍ଦ ଓ ପୁତ୍ର ଶିବ ନନ୍ଦ ଏବଂ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ସମ୍ବଲପୁରର ରାଜଘାଟ ଶଶ୍ମାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe