‘ଓ୍ବେଲ୍ ମାର୍କଡ୍‌’ ହେଲା ଲଘୁଚାପ; ୧୨ ଘଣ୍ଟାରେ ପାଲଟିବ ଅବପାତ

Advertisment
‘ଓ୍ବେଲ୍ ମାର୍କଡ୍‌’ ହେଲା ଲଘୁଚାପ; ୧୨ ଘଣ୍ଟାରେ ପାଲଟିବ ଅବପାତ

ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ ଆଜି ସକାଳେ ସୁଦୃଶ ଲଘୁଚାପରେ ପରିଣତ ହୋଇଥିବା କଥା ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି।

ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ତୀବ୍ରତର ‌ହୋଇ ଅବପାତରେ ରୂପାନ୍ତରଣ ହେବାର ସମ୍ଭାବନା ଥିବା କଥା ମଧ୍ୟ ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହାର ଗତିପଥ ଏଯାବତ୍‌ ନିର୍ଣ୍ଣୟ ହୋଇନାହିଁ। ଅବପାତ ପାଲଟିବା ପରେ ସମ୍ଭାବ୍ୟ ବାତ୍ୟାର ଗତିପଥ ସ୍ପଷ୍ଟ ହେବ। ଆସନ୍ତା ୨୪ ଘଣ୍ଟା ଅର୍ଥାତ୍‌ ଡିସେମ୍ବର ୩ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଉକ୍ତ ଅବପାତ ସାମୁଦ୍ରିକ ବାତ୍ୟା ପାଲଟିବାର ଯଥେଷ୍ଟ ସମ୍ଭାବନା ରହିଛି।

publive-image Image Courtesy of The Times of India

ଡିସେମ୍ବର ୪ରେ ସମ୍ଭାବ୍ୟ ବାତ୍ୟା ଉପକୂଳ ଓଡିଶାକୁ ସର୍ବାଧିକ ପ୍ରଭାବିତ କରିବା। ସେଥିପାଇଁ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଆଦି ୪ ଜିଲ୍ଲା ପ୍ରତି ରେଡ୍ ଓ୍ବାର୍ଣ୍ଣିଙ୍ଗ୍‌ ଜାରି କରାଯାଇଛି। ବତାସର ବେଗ ଘଣ୍ଟା ପ୍ରତି ୮୦-୯୦ କିଲୋମିଟର୍‌ ରହିବା ସହ ମଧ୍ୟେ ମଧ୍ୟେ ପବନର ଝଟକା ଘଣ୍ଟା ପ୍ରତି ବେଗ ୧୦୦ କିଲୋମିଟର୍‌ ଯାଏଁ ପହଞ୍ଚିବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ଡିସେମ୍ବର ୩ ରୁ ୫ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ଉପକୂଳ ଓଡିଶାର ସମୁଦ୍ରରେ ପ୍ରବେଶ ନ କରିବା ଲାଗି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe