ମଣିପୁର ଆଦର୍ଶ ବିଦ୍ୟାଳୟର ୧୨ ଛାତ୍ରୀ ଝାଡ଼ାବାନ୍ତିରେ ଅସୁସ୍ଥ, ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

Advertisment
ମଣିପୁର ଆଦର୍ଶ ବିଦ୍ୟାଳୟର ୧୨ ଛାତ୍ରୀ ଝାଡ଼ାବାନ୍ତିରେ ଅସୁସ୍ଥ, ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

ହରଭଙ୍ଗା/ପୁରୁଣାକଟକ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ମଣିପୁର ଆଦର୍ଶ ବିଦ୍ୟାଳୟର ୧୨ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିବା ଜଣାଯାଇଛି।

ସୂଚନା ଅନୁସାରେ, ମଣିପୁର ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସରେ ରହି ପାଠ ପଢ଼ୁଥିବା ପ୍ରାୟ ୨୫ଜଣ ଛାତ୍ରୀଙ୍କ ଗୁରୁବାର ମଧ୍ୟାହ୍ନ ଭୋଜନ ପରେ ଝାଡ଼ାବାନ୍ତି ହୋଇଥିଲା। ଏକଥା ଜାଣିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ଔଷଧ ଦେଇଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ୧୦ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନେ ସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ଛାଡ଼ିଦିଆଯାଇଛି।

publive-image

ବୌଦ୍ଧ ଉପଜିଲ୍ଲାପାଳ, ଡିଆର୍‌ଡିଏ ପିଡି, ଜିଲ୍ଲା ଶିକ୍ଷା ଅଧିକାରୀ, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମେତ ବୌଦ୍ଧରୁ ଏକ ଡାକ୍ତରୀ ଟିମ ହଷ୍ଟେଲକୁ ଯାଇ ଛାତ୍ରୀମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ତେବେ, ଏକାଧିକ ଛାତ୍ରୀ ଥରକରେ ଝାଡ଼ାବାନ୍ତିର ଶିକାର ହେବା ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ତେବେ ଶିକ୍ଷକ ଶିକ୍ଷୟିତ୍ରୀ କିମ୍ବା କୌଣସି ଛାତ୍ରୀ ଏ ବାବଦରେ ମୁହଁ ଖୋଲୁନଥିବାରୁ ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷଙ୍କ ପାଇଁ ବୁଧବାର ମଧ୍ୟାହ୍ନରେ ବିଦାୟକାଳୀନ ଭୋଜି ରଖାଯାଇଥିଲା। ଛାତ୍ରୀ ମାନଙ୍କୁ ସେହି ଭୋଜିରେ ସାମିଲ କରିବା ପାଇଁ ନିଜ ମଧ୍ୟାହ୍ନ ଭୋଜନ ସାମଗ୍ରୀ ସହ ଅତିରିକ୍ତ ଭାବେ ଜଣପ୍ରତି ୮୦ ଟଙ୍କା ଚାନ୍ଦା କରାଯାଇଥିଲା। ଭୋଜିରେ ବ୍ରଏଲର କୁକୁଡ଼ା ମାଂସ କରାଯାଇଥିଲା। ପରେ ବଳିଥିବା ମାଂସକୁ ଆଜି କିଛି ଛାତ୍ରୀ ଖାଇବାରୁ ଏଭଳି ସ୍ଥିତି ଉପୁଜିଥାଇ ପାରେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe