ଭଲ ଖବର: ୪୦ କିଲୋମିଟର ଯାଇ ରକ୍ତଦାନ କଲେ, ରୋଗୀଙ୍କ ଜୀବନ ବଞ୍ଚାଇଲେ

ଭଲ ଖବର: ୪୦ କିଲୋମିଟର ଯାଇ ରକ୍ତଦାନ କଲେ, ରୋଗୀଙ୍କ ଜୀବନ ବଞ୍ଚାଇଲେ

ଜମନକିରା : ଜମନକିରା ଯୁବ ସଚେତନ ନାଗରିକ ସଂଘର ସଭ୍ୟ ରିଗନ ଜୟପୁରିଆ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଥିବା ଜଣେ ଅଜଣା ରୋଗୀଙ୍କୁ ରକ୍ତଦାନ କରି ପ୍ରଶଂସା ସାଉଁଟିଛନ୍ତି।

ତିଲେଇବଣୀ ବ୍ଲକ୍ ସଡୋ ପଞ୍ଚାୟତ ଅନ୍ତର୍ଗତ କାଳଚି ପୁଡାଡ଼ିହି ଗ୍ରାମର ଦୀନବନ୍ଧୁ ସୁହୁଲା ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସା ହେଉଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ‘ବି’ ପୋଜିଟିଭ ରକ୍ତ ଦରକାର ବୋଲି ଡାକ୍ତର କହିଥିଲେ। ହେଲେ ଦେବଗଡ଼ ଜିଲ୍ଲା ରକ୍ତ ଭଣ୍ଡାରରେ ଏହି ଗ୍ରୁପ୍‌ର ରକ୍ତ ନାହିଁ ବୋଲି ରକ୍ତ ଭଣ୍ଡାର କର୍ମଚାରୀ କହିଥିଲେ। ଦୀନବନ୍ଧୁଙ୍କ ସମ୍ପର୍କୀୟଙ୍କ ରକ୍ତ ଅନ୍ୟ ଗ୍ରୁପ ଥିବାରୁ ରକ୍ତ ଭଣ୍ଡାରରେ ବଦଳ ହୋଇ ପାରିଲା ନାହିଁ। ଜମନକିରାରେ ରହୁଥିବା ତାଙ୍କ ଜଣେ ସମ୍ପର୍କୀୟ ଜମନକିରା ଯୁବ ସଚେତନ ନାଗରିକ ସଂଘର ସଭ୍ୟ ରିଗନ ଜୟପୁରିଆଙ୍କ ସହ ଯୋଗାଯୋଗ କରିଥିଲେ। ରିଗନ ଡେରି ନକରି ଦେବଗଡ଼ ଜିଲ୍ଲା ରକ୍ତଭଣ୍ଡାରକୁ ଯାଇ ରକ୍ତଦାନ କରିଥିଲେ।

ରକ୍ତଦାନ ମହତ୍ ଦାନକୁ ହୃଦୟଙ୍ଗମ କରି ପ୍ରବଳ ଗ୍ରୀଷ୍ମଦାହ ସତ୍ତ୍ବେ ଜଣେ ଅଜଣା ରୋଗୀ ପାଇଁ ରିଗନ୍ ଏଠାରୁ ୪୦ କି.ମି ରାସ୍ତା ଦେବଗଡ଼କୁ ଯାଇ ରକ୍ତଦାନ କରିଥିଲେ। ଜମନକିରାର ଉତ୍ସାହୀ ଯୁବକ ରିଗନଙ୍କ ଏହି ବଦାନ୍ୟତା ପାଇଁ ଅଂଚଳରେ ଖୁବ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe