ବ୍ୟାଟେରି ଗାଡ଼ି କିଣିବାକୁ ଯାଇ ଫସିଲେ 

Advertisment
ସବ୍‌ସ୍କ୍ରାଇବର୍‌ ବଢ଼ାଇବା ଆଳରେ ୪୦ ହଜାର ଚଳୁ

Image Courtesy of Ottawa Citizen

ସମ୍ବଲପୁର: ସମ୍ବଲପୁରରେ ସାଇବର୍‌ ଠକେଇ ଥମିବା ବଦଳରେ ବଢ଼ିବାରେ ଲାଗିଛି। ସାଇବର୍‌ ଠକଙ୍କୁ ଧରିବା ତ ଦୂରର କଥା ସେମାନଙ୍କ ପାଖ ମାଡ଼ିପାରୁ ନଥିବା ସମ୍ବଲପୁର ପୁଲିସ କେବଳ ମାମଲା ରୁଜୁ କରି ବସିରହୁଛି। ଏସବୁ ଭିତରେ ଧନୁପାଲି ଥାନା ସାକ୍ଷୀପଡ଼ା ଅଞ୍ଚଳରେ ରହୁଥିବା ଜଣେ ସରକାରୀ କର୍ମଚାରୀ ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ପଞ୍ଚାୟତିରାଜ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଜଣକ ଶସ୍ତାରେ ବ୍ୟାଟେରି ଗାଡ଼ି କିଣିବାକୁ ଯାଇ ସାଇବର୍‌ ଠକଙ୍କ ଜାଲରେ ପଡ଼ିଥିବା ଜଣାପଡ଼ିଛି। ଠକ ତାଙ୍କ ଆକାଉଣ୍ଟରୁ ଲକ୍ଷେ ଟଙ୍କା କାଟିନେବା ପରେ ସେ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ସୂଚନାନୁଯାୟୀ, କର୍ମଚାରୀ ଜଣକ ଦୀପାବଳି ଅବସରରେ ବ୍ୟାଟେରି ଗାଡ଼ି କିଣିବା ପାଇଁ ଗୁଗୁଲ୍‌ରେ ସର୍ଚ୍ଚ କରିଥିଲେ। ଏକ ୱେବ୍‌ସାଇଟ୍‌ରେ ବ୍ୟାଟେରି ଗାଡ଼ିର ମୂଲ୍ୟ ଶସ୍ତା ଥିବା ଦେଖି ସେଠାରୁ ଗାଡ଼ି କିଣିବା ପାଇଁ କ୍ଲିକ୍‌ କରିଥିଲେ। ଗାଡ଼ି ବୁକିଂ କରିବା ପାଇଁ କଷ୍ଟମର୍‌ କେୟାର୍‌ ନମ୍ବରରେ କଥା ହୋଇଥିଲେ। ତାପରେ ତାଙ୍କୁ ହ୍ବାଟ୍ସଆପ୍‌ରେ ଚାଟ୍‌ କରିବାକୁ କହାଯାଇଥିଲା। ଠକ ହ୍ବାଟ୍ସଆପ୍‌ ଚାର୍ଟରେ ସୋମବାର ଦିନ ବିଭିନ୍ନ ମଡେଲ୍‌ର ବ୍ୟାଟେରି ଗାଡ଼ି ପଠାଇବା ସହ ରେଟ୍‌ ଚାଟ୍‌ ପ୍ରଦାନ କରିଥିଲା। ଏହାପରେ ସମ୍ବଲପୁରର କର୍ମଚାରୀ ଜଣକ ଏକ ଗାଡ଼ି ବାଛିବା ପରେ ବୁକିଂ କରିବା ପାଇଁ କହିଥିଲେ। ତେବେ ଠକ ତାଙ୍କୁ ଅଗ୍ରୀମ ଟଙ୍କା ପୈଠ କରିବା ପରେ ହିଁ ବୁକିଂ ହୋଇପାରିବ ବୋଲି କହିଥିଲେ। ଗାଡ଼ିର ମୂଲ୍ୟ କମ୍‌ ଥିବା ଲୋଭରେ ପଡ଼ି ଠକ କହିବା ଅନୁଯାୟୀ ସେ ପ୍ରଥମେ ୮୦ ହଜାର ଟଙ୍କା ଓ ପରେ ଆଉ ୧୯,୯୯୯ ଟଙ୍କା ପୈଠ କରିଥିଲେ। ମୋଟ୍‌ ଉପରେ ୯୯,୯୯୯ ଟଙ୍କା ଦେବା ପରେ ଠକ ଆଉ ରିପ୍ଲାଏ ଦେଇ ନଥିଲା। କଲ୍‌ କଲେ ମଧ୍ୟ କେହି ଉଠାଇ ନଥିଲେ। ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe