ଉଦୟପୁର ବେଳାଭୂମି ଉପରେ ପଶ୍ଚିମବଙ୍ଗ ଆଖି: ଓଡ଼ିଶା ସହ ହୋଇଥିବା ଚୁକ୍ତିକୁ ମାନୁନି

Advertisment

ଓଡ଼ିଶାର ସୀମାନ୍ତ ଅଞ୍ଚଳକୁ କବ୍‌ଜା ପାଇଁ ପଶ୍ଚିମବଙ୍ଗ ଉଦ୍ୟମ ଅବ୍ୟାହତ ରଖିଛି। କେତେବେଳେ ସୀମାରେ ଖୁଣ୍ଟ ପୋତୁଛି ତ ଆଉ କେତେବେଳେ ତାରବାଡ଼ ପକାଉଛି ଓ ସୂଚନାଫଳକ ବି ଲଗାଉଛି।

ଓଡ଼ିଶାର ସୀମାନ୍ତ ଅଞ୍ଚଳକୁ କବ୍‌ଜା ପାଇଁ ପଶ୍ଚିମବଙ୍ଗ ଉଦ୍ୟମ ଅବ୍ୟାହତ ରଖିଛି। କେତେବେଳେ ସୀମାରେ ଖୁଣ୍ଟ ପୋତୁଛି ତ ଆଉ କେତେବେଳେ ତାରବାଡ଼ ପକାଉଛି ଓ ସୂଚନାଫଳକ ବି ଲଗାଉଛି।

cscsxcxc

ଚନ୍ଦନେଶ୍ୱର: ଓଡ଼ିଶାର ସୀମାନ୍ତ ଅଞ୍ଚଳକୁ କବ୍‌ଜା ପାଇଁ ପଶ୍ଚିମବଙ୍ଗ ଉଦ୍ୟମ ଅବ୍ୟାହତ ରଖିଛି। କେତେବେଳେ ସୀମାରେ ଖୁଣ୍ଟ ପୋତୁଛି ତ ଆଉ କେତେବେଳେ ତାରବାଡ଼ ପକାଉଛି ଓ ସୂଚନାଫଳକ ବି ଲଗାଉଛି। ଏବେ ଉଦୟପୁର ବେଳାଭୂମିରେ କ୍ୟାବିନ୍‌ ପକାଇ ନିଜ ଦଖଲକୁ ନେବାକୁ ଉଦ୍ୟମ ଚଳାଇଥିବା ଦେଖିବାକୁ ମିଳିଛି। 

ଉଦୟପୁର ବେଳଭୂମି ଓ ଏହାର ଆଖପାଖ ଅଞ୍ଚଳ ଉପରେ ପଶ୍ଚିମବଙ୍ଗର ଲୋଲୁପ ଦୃଷ୍ଟି ପଡ଼ିଛି। ୧୯୭୮ମସିହାରେ ଉଦୟପୁରଠାରେ ବନ ବିଭାଗ କାର୍ଯ୍ୟାଳୟ ପ୍ରତିଷ୍ଠା ହେବା ସହିତ ସାହାବାଜିପୁର ସୀମାଠାରୁ ଉଦୟପୁର ବେଳାଭୂମି ପର୍ଯ୍ୟନ୍ତ ନାଲିମୋରମ୍‌ ରାସ୍ତା ନିର୍ମାଣ ହୋଇଥିଲା। ପରବର୍ତ୍ତୀ ସମୟରେ ପଶ୍ଚିମବଙ୍ଗ ପ୍ରଶାସନ ୧୯୮୭ ମସିହାରେ ରାତିଅଧିଆ ଉକ୍ତ ରାସ୍ତାକୁ ପିଚୁ କରିଥିଲା। ଏହାକୁ ନେଇ ସେତେବେଳେ ତୀବ୍ର ଜନଅସନ୍ତୋଷ ଦେଖିବାକୁ ମିଳିଥିଲା। ୧୯୯୭ରେ ପଶ୍ଚିମବଙ୍ଗ ପ୍ରଶାସନ ପୁଣି ସାହାବାଜିପୁର ସୀମାନ୍ତରେ ଥିବା କାଳୀମନ୍ଦିରକୁ ନିଜ କବ୍‌ଜାକୁ ନେବାପାଇଁ ନାଲି ପତାକା ମାରିଥିଲା। ଏହି ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ତତ୍କାଳୀନ ଭୋଗରାଇ ତହସିଲଦାର ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ୨୦୦୨ ମସିହାରେ ସାହାବାଜିପୁର ସୀମାରେ ଥିବା ବନ ବିଭାଗର ସୂଚନା ଫଳକକୁ ଭାଙ୍ଗି ଓଡ଼ିଶା ସୀମାରେ ପଶ୍ଚିମବଙ୍ଗ ପ୍ରଶାସନ ବସ୍‌ଷ୍ଟାଣ୍ଡ ନିର୍ମାଣ କରିଥିଲେ। ୨୦୧୩ରେ ଉଦୟପୁର ବେଳାଭୂମିରେ ପଶ୍ଚିମବଙ୍ଗ ପ୍ରଶାସନ ମେରାଇନ ଡ୍ରାଇଭ୍‌ ରାସ୍ତା ନିର୍ମାଣ କରୁଥିବା

ଓଡ଼ିଶା ସହ ହୋଇଥିବା ଚୁକ୍ତିକୁ ମାନୁନି
ବାରମ୍ବାର ସୀମା ଅତିକ୍ରମ କରୁଛି
ସାହାବାଜିପୁର ଗାଁରେ ଖୁଣ୍ଟ ପୋତି ସାରିଲାଣି

ବେଳେ ସାଗର ସାଥୀ କ୍ଲବ୍‌ ଓ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରିଥିଲେ। ପରେ ଉକ୍ତ ଅଞ୍ଚଳର ସୀମା ସୁରକ୍ଷା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ତାଳସାରୀ ସାମୁଦ୍ରିକ ଥାନା ପ୍ରତିଷ୍ଠା କରାଯାଇଥିଲା। ତେବେ, ୨୦୧୪ରେ ପଶ୍ଚିମବଙ୍ଗ ପକ୍ଷରୁ ଉଦୟପୁର ବନପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାତିଅଧିଆ ତନଖି ଫାଟକ ନିର୍ମାଣ କରିବା ପରେ ସ୍ଥାନୀୟ ସାଗର ସାଥୀ କ୍ଲବ୍‌ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଶାସନର ବୈଠକ ପରେ ଉକ୍ତ ଫାଟକକୁ ବଙ୍ଗ ପ୍ରଶାସନ ଉଠାଇ ନେଇଥିଲେ। ୨୦୧୫ ରେ ଉଦୟପୁର ବେଳାଭୂମିଠାରୁ ସାହାବାଜିପୁର ପର୍ଯ୍ୟନ୍ତ ଓଡ଼ିଶା ସରକାର ରାସ୍ତା ପ୍ରଶସ୍ତୀକରଣ କରିଥିଲେ। ଏହି ରାସ୍ତାକୁ ପଶ୍ଚିମବଙ୍ଗ ପ୍ରଶାସନ ତାଙ୍କର ବୋଲି ଦର୍ଶାଇ ରାସ୍ତା ମଝିରେ ସାଇ୍‌ନ ବୋର୍ଡ ଲଗାଇଥିଲା। ତେବେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏହାକୁ ହଟାଇ ଦେଇଥିଲା। 

ବର୍ଷବର୍ଷ ଧରି ସୀମାନ୍ତ ଅଞ୍ଚଳରେ ଏହିଭଳି ଛକାପଞ୍ଝା ଲାଗି ରହିଛି। ୨୦୨୦ରେ ଉଭୟ ରାଜ୍ୟର ପ୍ରାଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିଲା। ମାତ୍ର, ଉକ୍ତ ଚୁକ୍ତିପତ୍ରକୁ ବେଖାତିର୍‌ କରି ବଙ୍ଗ ପ୍ରଶାସନ ବାରମ୍ବାର ଉଦୟପୁର ବେଳାଭୂମିରେ କ୍ୟାବିନ୍‌ ପକାଇବା ସହିତ ସାହାବାଜିପୁର-ପଦିମା ସୀମାରେ ସାହାବାଜିପୁର ଗାଁ ଭିତରେ ସିମେଣ୍ଟ ଖୁଣ୍ଟ ପୋତିବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି। ପଶ୍ଚିମବଙ୍ଗର ସୀମା ଅତିକ୍ରମଣକୁ ଆମେ ବିରୋଧ କରୁଛୁ ବୋଲି କହିଛନ୍ତି ସାହାବାଜିପୁରର ଭଗବାନ ବେହେରା। ଉଭୟ ରାଜ୍ୟର ସରକାର ଓ କେନ୍ଦ୍ର ସରକାର ଆଲୋଚନା କରି ଉଦୟପୁରଠାରୁ ଚୂଡ଼ାମଣିପୁର ପର୍ଯ୍ୟନ୍ତ ଥିବା ସୀମା ବିବାଦର ସମାଧାନ କରନ୍ତୁ ବୋଲି ସମା‌ଜସେବୀ ବ୍ରଜକିଶୋର ସାମଲ ଦାବି କରିଛନ୍ତି। ଭୋଗରାଇ ତହସିଲଦାର ସୂର୍ଯ୍ୟକୁମାର ଘୋଷ କହିଛନ୍ତି, ଆମେ ସୀମା ସମସ୍ୟା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛୁ। କୌଣସି ସମସ୍ୟା ହେଲେ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନେବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe