୮୨ଟି ସୀମାନ୍ତ ଗ୍ରାମରେ ପଶ୍ଚିମବଙ୍ଗର ରାଜୁତି: ମନଇଚ୍ଛା ବାଲି ଉତ୍ତୋଳନ କରୁଛନ୍ତି

Advertisment

ରାଜ୍ୟର ଉତ୍ତର ଉପାନ୍ତ କୁହାଯାଉଥିବା ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଓ ଭୋଗରାଇ ତହସିଲ ଅଞ୍ଚଳର ୮୨ଟି ସୀମାନ୍ତ ଗ୍ରାମରେ ଏବେ ପଶ୍ଚିମବଙ୍ଗର ରାଜୁତି ଦେଖିବାକୁ ମିଳିଛି। ଏହି ଗ୍ରାମଗୁଡ଼ିକ ପଶ୍ଚିମ ମେଦିନୀପୁର ସୀମାକୁ ଲାଗିରହିଛି।

ରାଜ୍ୟର ଉତ୍ତର ଉପାନ୍ତ କୁହାଯାଉଥିବା ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଓ ଭୋଗରାଇ ତହସିଲ ଅଞ୍ଚଳର ୮୨ଟି ସୀମାନ୍ତ ଗ୍ରାମରେ ଏବେ ପଶ୍ଚିମବଙ୍ଗର ରାଜୁତି ଦେଖିବାକୁ ମିଳିଛି। ଏହି ଗ୍ରାମଗୁଡ଼ିକ ପଶ୍ଚିମ ମେଦିନୀପୁର ସୀମାକୁ ଲାଗିରହିଛି।

dgdgcv

ସତ୍ୟବ୍ରତ ପ୍ରଧାନ
ଜଳେଶ୍ୱର: ରାଜ୍ୟର ଉତ୍ତର ଉପାନ୍ତ କୁହାଯାଉଥିବା ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଓ ଭୋଗରାଇ ତହସିଲ ଅଞ୍ଚଳର ୮୨ଟି ସୀମାନ୍ତ ଗ୍ରାମରେ ଏବେ ପଶ୍ଚିମବଙ୍ଗର ରାଜୁତି ଦେଖିବାକୁ ମିଳିଛି। ଏହି ଗ୍ରାମଗୁଡ଼ିକ ପଶ୍ଚିମ ମେଦିନୀପୁର ସୀମାକୁ ଲାଗିରହିଛି। ଏହାସହ ବାଲେଶ୍ବର ଜିଲ୍ଲାର ୯୦ଟି ଗାଁ ପୂର୍ବ ମେଦିନୀପୁରକୁ ଲାଗିଛି। ଉଦାହରଣ ସ୍ବରୂପ ଓଲମରା ପଞ୍ଚାୟତର ବିଳାସପୁର। ସୁବର୍ଣ୍ଣରେଖା ନଦୀ ତଟଦେଶରେ ଥିବା ଏହି ଗାଁ ଓଡ଼ିଶାର। ସର୍ଦ୍ଦାରବନ୍ଧ, ଓଲମରା ଓ ମାକଡ଼ିଆ ପଞ୍ଚାୟତର ଶତାଧିକ ଚାଷୀଙ୍କ ନାମରେ ବିଳାସପୁରରେ ଥିବା ପାଳଜମି ପାଇଁ ଖଜଣା ଦେଉଥିଲେ। ଏବେ କିନ୍ତୁ ବିଳାସପୁର ମୌଜାରେ ବଙ୍ଗାଳୀମାନଙ୍କ ରାଜତ୍ବ। କୁହାଯାଉଛି ସୁବର୍ଣ୍ଣରେଖା ନଦୀ ଗତିପଥ ପରିବର୍ତ୍ତନ କରିବା କାରଣରୁ ବିଳାସପୁର ଗାଁ ନଦୀର ଅପରପାର୍ଶ୍ବକୁ ଚାଲିଗଲା। ଫଳରେ ପଶ୍ଚିମବଙ୍ଗର ବେଲମୂଳା ଅଞ୍ଚଳର ବଙ୍ଗାଳୀମାନେ ବିଳାସପୁର ମୌଜାକୁ ସମ୍ପୂର୍ଣ୍ଣ ଭାବେ ନିଜ କବ୍‌ଜାରେ ରଖିଛନ୍ତି। ସେହିପରି, ପଶ୍ଚିମବଙ୍ଗ ସୀମାରେ ଥିବା ସର୍ଦ୍ଦାରବନ୍ଧ ପଞ୍ଚାୟତର ସର୍ଦ୍ଦାରବନ୍ଧ, ଚୁଡ଼ାମଣିପୁର, ରାଉତରାପୁର, କିତାଝୁରୀ ଏବଂ ଓଲମରା ପଞ୍ଚାୟତର ରାଜନଗର, ଗୋପାଳପୁର, ମାକଡ଼ିଆ,କୁଆଁରପୁର, ଖୁଦିଆମାଝିସାହି ପଞ୍ଚାୟତର ତୋଟାପଡ଼ା, ଦକ୍ଷିଣ ପ୍ରହରାଜପୁର ପଞ୍ଚାୟତର ଦକ୍ଷିଣ ପ୍ରହରାଜପୁର, ପ୍ରହରାଜପୁର, ଗୁଆଗଡ଼ିଆ ଆଦି ସୁବର୍ଣ୍ଣରେଖା ନଦୀ ତଟବର୍ତ୍ତୀ ଗାଁଗୁଡ଼ିକରେ ମଧ୍ୟ ସୀମା ବିବାଦ ରହିଛି। ପଶ୍ଚିମବଙ୍ଗ ବାଲି ମାଫିଆମାନେ ଦାଦାଗିରି କରି ଓଡ଼ିଶା ସୀମାରୁ ବାଲି ଉତ୍ତୋଳନ କରୁଛନ୍ତି।

ମନଇଚ୍ଛା ବାଲି ଉତ୍ତୋଳନ କରୁଛନ୍ତି
ସୁବର୍ଣ୍ଣରେଖାର ସୀମା ନିର୍ଦ୍ଧାରଣ ନହେବା ପ‌ଡ଼ୋଶୀ ରାଜ୍ୟକୁ ସୁହାଉଛି: ଜଳେଶ୍ବର ବିଧାୟକ
ବାଲି ଉତ୍ତୋଳନ ସ୍ଥାନ ପଶ୍ଚିମବଙ୍ଗର: ଦାନ୍ତୁନ ବିଧାୟକ

ଏବେ ପୁଣି ସାହାବାଜିପୁର ମୌଜାର ପାଖାପାଖି ୬ ଏକର ଜମି ଉପରେ ପଶ୍ଚିମବଙ୍ଗର ଲୋଲୁପ ଦୃଷ୍ଟି ପଡ଼ିଛି। ଏହି ଜମିରେ ଓଡ଼ିଶା ଲୋକଙ୍କ ବାସଘର ଓ ଚାଷଜମି ରହିଛି। ତେବେ, ଦୀଘା ଜଗନ୍ନାଥ ମନ୍ଦିର ପାଇଁ ପଶ୍ଚିମବଙ୍ଗର ପଦିମା ଗାଁକୁ ଲାଗିଥିବା ସାହାବାଜିପୁରର ଏହି ଜମିକୁ ଦଖଲ ପାଇଁ ଦୀଘା ଉନ୍ନୟନ କର୍ତ୍ତୃପକ୍ଷ ଉଦ୍ୟମ କରୁଛି। କେବଳ ଏହି ଗାଁ ନୁହେଁ, ପଶ୍ଚିମବଙ୍ଗ ସୀମାରେ ଥିବା ଓଡ଼ିଶାର ୮୨ଟି ଯାକ ମୌଜାରେ ଊଣା ଅଧିକେ ସୀମା ବିବାଦ ଲାଗି ରହିଛି।
ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର କହିଛନ୍ତି, ସୁବର୍ଣ୍ଣରେଖା ନଦୀ ଓଡ଼ିଶା ଓ ପଶ୍ଚିମବଙ୍ଗ ଦେଇ ପ୍ରବାହିତ ହୋଇଛି। ତେବେ ନଦୀ ଭିତରେ ସ୍ଥାୟୀ ସୀମା ନିର୍ଦ୍ଧାରଣ ହୋଇ ନଥିବାରୁ ପଶ୍ଚିମବଙ୍ଗ ବେପାରୀମାନେ ଦବ୍‌ଦବା ଜାହିର କରି ବାଲି ଉତ୍ତୋଳନ କରୁଛନ୍ତି।

ଅପରପକ୍ଷରେ ପଶ୍ଚିମବଙ୍ଗ ଦାନ୍ତୁନ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ବିକ୍ରମଚନ୍ଦ୍ର ପ୍ରଧାନ କହିଛନ୍ତି, ଉଭୟ ରାଜ୍ୟର ସୀମାକୁ ପଶ୍ଚିମବଙ୍ଗ ସବୁବେଳେ ସମ୍ମାନ କରେ। ସୁବର୍ଣ୍ଣରେଖା ନଦୀର ଯେଉଁସବୁ ସ୍ଥାନରୁ ବାଲି ଉତ୍ତୋଳନ କରାଯାଉଛି ତାହା ପଶ୍ଚିମବଙ୍ଗ ସୀମା ଭିତରେ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe