ନୟାଗଡ଼ରୁ ଛାତ୍ରଙ୍କୁ ଉଠାଇନେଲା ପଶ୍ଚିମବଙ୍ଗ ପୁଲିସ

Advertisment
ନୟାଗଡ଼ରୁ ଛାତ୍ରଙ୍କୁ ଉଠାଇନେଲା ପଶ୍ଚିମବଙ୍ଗ ପୁଲିସ

ନୟାଗଡ଼: ମିଥ୍ୟା ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ପଶ୍ଚିମବଙ୍ଗ ପୁଲିସ ନୟାଗଡ଼ର ଜଣେ ଡିପ୍ଲୋମା ଛାତ୍ରଙ୍କୁ ଉଠାଇ ନେଇଛି। ଦୁଇଦିନ ଧରି ପଶ୍ଚିମବଙ୍ଗ ପୁଲିସ ଏଠାରେ ଡେରା ପକାଇ ଉକ୍ତ ଛାତ୍ରଙ୍କୁ ଖୋଜାଖୋଜି କରି ଧରିବା ପରେ ସ୍ଥାନୀୟ କୋର୍ଟରେ ହାଜର କରି ହେପାଜତକୁ ନେଇଛି। ସେଠାରେ ପୁଲିସ ଉକ୍ତ ଛାତ୍ରଙ୍କୁ ପଚରାଉଚରା କରିବା ପରେ ଏହି ମାମଲାରେ ତାଙ୍କର କେତେ ସମ୍ପୃକ୍ତି ରହିଛି, ତାହା ଜଣାପଡ଼ିବ। ଆବଶ୍ୟକ ହେଲେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଜଣାପଡ଼ିଛି।

ସାଇବର୍‌ ଠକମାନେ ଅନ୍‌ଲାଇନରେ ବିଜ୍ଞାପନ ଦେଇଥିଲେ ଏକ ଆପ୍‌ ଖୋଲି ବ୍ୟବହାର କଲେ କମ୍ ଦାମରେ ଉପହାର ମିଳିବ। ଏହାକୁ ଦେଖି ବହୁ ଲୋକ ଅଗ୍ରୀମ ଟଙ୍କା ଦେଇଥିଲେ ମଧ୍ୟ ସେମାନଙ୍କୁ ଉପହାର ମିଳିନଥିଲା। ଏହାପରେ ଉକ୍ତ ଆପ୍‌ର ଗ୍ରାହକ ସେବାକେନ୍ଦ୍ର ସହ ଯୋଗଯୋଗ କରିଥିଲେ ମଧ୍ୟ ସେମାନେ କୌଣସି ପ୍ରକାର ସୁବିଧା ପାଇନଥିଲେ। ଏହାକୁ ନେଇ ଦେଶର ବିଭିନ୍ନ ରାଜ୍ୟର ସାଇବର ଥାନାରେ ଅଭିଯୋଗ ହୋଇଥିଲା। ପଶ୍ଚିମବଙ୍ଗର ବିଧାନନଗର ସାଇବର ଥାନାରେ ଅଭିଯୋଗ ହେବାପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଯେଉଁଥିରେ ନୟାଗଡ଼ର ଏହି ଛାତ୍ରଙ୍କର ମୋବାଇଲ ନମ୍ବର ଓ ବ୍ୟାଙ୍କ୍ ଆକାଉଣ୍ଟ ନମ୍ବର ସାମ୍ନାକୁ ଆସିଥିଲା। ଏଣୁ ତୁରନ୍ତ ପଶ୍ଚିମବଙ୍ଗ ପୁଲିସ ଏଠାରେ ପହଞ୍ଚି ଉକ୍ତ ଛାତ୍ରଙ୍କୁ କାବୁ କରି ନେଇଥିଲା। କେବଳ ସେତିକି ନୁହେଁ, ପୂର୍ବରୁ ମଧ୍ୟ କେରଳ ପୁଲିସ ନୟାଗଡ଼ରେ ପହଞ୍ଚି ଏହି ଛାତ୍ରଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି। ଏଣୁ ଏହି ଠକେଇ ରାକେଟ୍ ଯେ କେତେ ଲମ୍ବା, ତାହା ଅନୁମାନ କରି ହେଉଛି।

ଅନ୍ୟପଟେ ଯାହା ଶୁଣିବାକୁ ମିଳୁଛି ଯେ, ଉକ୍ତ କମ୍ପାନି ପକ୍ଷରୁ ଚାକିରି ପ୍ରଲୋଭନ ଦେଖାଇ ଯେଉଁ ୬୦ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଇଥିଲା, ସେଥିପାଇଁ ସମ୍ପୃକ୍ତ ଛାତ୍ରଙ୍କ ଆକାଉଣ୍ଟ ନମ୍ବର ଦିଆଯାଇଥିଲା। ଏଥିପାଇଁ କିଛି ଟଙ୍କା ମିଳିବ ବୋଲି ସେ ପ୍ରଲୋଭିତ ହୋଇ ସେ ନିଜ ଆକାଉଣ୍ଟ ନମ୍ବର ଦେଇଥିଲେ। ଏହାପରେ ତାଙ୍କଠାରୁ ବେଶ୍ ଚତୁରତାର ସହ କମ୍ପାନି ଭିନ୍ନ ଭିନ୍ନ ଆକାଉଣ୍ଟ୍ ଜରିଆରେ ଏହି ଟଙ୍କାକୁ ନେଇଯାଉଥିଲା ଓ ତାଙ୍କୁ କିଛି ଦେଉଥିଲା। ଫଳରେ, ସେ ଫସିଯାଇଥିବା କୁହାଯାଉଥିବା ବେଳେ ତଦନ୍ତ ପରେ ସ୍ପଷ୍ଟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe