ମହିଳା ଶିଶୁ ବିକାଶ ନିର୍ଦ୍ଦେଶକଙ୍କ ସହ ପଶ୍ଚିମ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘର ଆଲୋଚନା

Advertisment
ମହିଳା ଶିଶୁ ବିକାଶ ନିର୍ଦ୍ଦେଶକଙ୍କ ସହ ପଶ୍ଚିମ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘର ଆଲୋଚନା

ଭୁବନେଶ୍ବର : ଅଙ୍ଗନୱାଡ଼ି କର୍ମୀଙ୍କ ସମସ୍ୟା ସମାଧାନ ଲାଗି ଆଜି ଲୋକସେବା ଭବନରେ ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କ ସହିତ ପଶ୍ଚିମ ଓଡ଼ିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘ କର୍ମକର୍ତ୍ତା ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ନିର୍ଦେଶକ ଶ୍ରୀ ଅଗ୍ରୱାଲ ଦରମା ବୃଦ୍ଧି ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି କହିଥିଲେ। ଏହା ସହିତ ଅନ୍ୟାନ୍ୟ ଦାବିକୁ ପୂରଣ କରିବା ଲାଗି ଉପସ୍ଥିତ ଥିବା ଅନ୍ୟ ଅଧିକାରୀମାନଙ୍କୁ ଶ୍ରୀ ଅଗ୍ରୱାଲ ନିର୍ଦ୍ଦେଶ ଦେଇଥିଲେ।

ଆଲୋଚନାରେ ପଶ୍ଚିମ ଓଡ଼ିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘ ଆବାହକ ପ୍ରଶାନ୍ତ ପାଢ଼ୀ, ସଭାନେତ୍ରୀ ମୀରା ବତି ଦଳବେହେରା, ସାଧାରଣ ସମ୍ପାଦିକା ପ୍ରଭାସିନୀ ପାଢ଼ୀ, ଦୁଶିଲl ଧୁରୁଆ, ସାଇରେନ୍ଦ୍ରି ମହାନନ୍ଦ, ଅଞ୍ଜଳି ଶର୍ମା, ଦୀପାଞ୍ଜଳୀ ପ୍ରଧାନ ସମେତ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ ନିତ୍ୟାନନ୍ଦ ବାରିକ୍, ଯୁଗ୍ମ ସଚିବ ଜ୍ୟୋତି ରଞ୍ଜନ ନାୟକ, ନନ୍ଦିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆଲୋଚନା ସକାରାତ୍ମକ ହେବା ସହ କେତେକ ଗୁରୁତ୍ବ ସମସ୍ୟାକୁ ସମାଧାନ କରାଯାଇଥିବା ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe