ପଶ୍ଚିମ ଓଡ଼ିଶାର ପ୍ରଥମ ଆଖୁ ଜୁସ୍‌ ପ୍ଲାଣ୍ଟ ଉଦ୍‌ଘାଟିତ

Advertisment
ପଶ୍ଚିମ ଓଡ଼ିଶାର ପ୍ରଥମ ଆଖୁ ଜୁସ୍‌ ପ୍ଲାଣ୍ଟ ଉଦ୍‌ଘାଟିତ

ଅତାବିରା: ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍‌ ପଲସାପାଲିରେ ବୁଧବାର ଆଖୁ ଜୁସ ପ୍ଳାଣ୍ଟ୍‌ ଉଦ୍‌ଘାଟିତ ହୋଇଛି। ଏପିକଲ୍‌ ଅଧ୍ୟକ୍ଷ ପ୍ରଭାତାଦିତ୍ୟ ମିଶ୍ର ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ପ୍ରକଳ୍ପଟି ପଶ୍ଚିମ ଓଡ଼ିଶାର ପ୍ରଥମ ହୋଇଥିବା ବେଳେ ଆଖୁ ଜୁସ୍‌କୁ ବଟଲିଂ କରି ବଜାରରେ ବିକ୍ରି ପାଇଁ ଯୋଜନା କରାଯିବ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଶୋକ ଅମତା, ଏପିକଲର କୃଷି ଯନ୍ତ୍ରୀ ଜୟଲାଲ ‌ସାଇସ, ମହୀଶୂର ସ୍ଥିତ କେନ୍ଦ୍ରୀୟ ଖାଦ୍ୟ ବୈଷୟିକ ଓ ଅନୁସନ୍ଧାନ କେନ୍ଦ୍ରର ବୈଜ୍ଞାନିକ ଡ. ବି.ବି. ବୋରସେ, ଏ. ଚକ୍ରବର୍ତ୍ତୀ, ଏସ୍‌ଡି ଜୟ ପ୍ରକାଶନ୍, ଏପିକଲର ଜିଲ୍ଲା ସଂଯୋଜକ ଅନିଲ ମଲିକ, ପଲସାପାଲି ଆଖୁ ଜୁସ ପ୍ଳାଣ୍ଟ କେନେର୍ଜି ଫୁଡ୍‌ ଆଣ୍ଡ ବେଭରେଜ୍‌ର ସତ୍ତ୍ବାଧିକାରୀ ଶିବ ସାହୁ, ପୂର୍ବ ମାର୍କଫେଡ୍‌ ଅଧ୍ୟକ୍ଷ ବିଭୁଦତ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଖୁବ ଶୀଘ୍ର ଖୋଲା ବଜାରରେ ବିଭିନ୍ନ ସ୍ବାଦର ଜୁସ ଉପଲବ୍ଧ ହେବ ବ‌ୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe