ହୋଲିରେ ଜଳିଲା ପଶ୍ଚିମ ଓଡ଼ିଶା: ତାପମାତ୍ରା ରେକର୍ଡ ଭାଙ୍ଗିଲା

ରାଜ୍ୟରେ ଶନିବାର ତାତି ରେକର୍ଡ ଭାଙ୍ଗିଛି । ହୋଲିରେ ପଶ୍ଚିମ ଓଡ଼ିଶା ଜଳୁଛି । ତାପମାତ୍ରା ୪୨ ଡିଗ୍ରି ସେଲସିୟସ୍ ଛୁଇଁଛି। ଶନିବାର ଅପରାହ୍ନ ସାଢେ ୨ଟା ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୪୨ ଡିଗ୍ରି ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି...

Western Odisha burns during Holi: Temperature breaks record

Western Odisha burns during Holi: Temperature breaks record Photograph: (sambad.in)

ଭୁବନେଶ୍ବର: ରାଜ୍ୟରେ ଶନିବାର ତାତି ରେକର୍ଡ ଭାଙ୍ଗିଛି । ହୋଲିରେ ପଶ୍ଚିମ ଓଡ଼ିଶା ଜଳୁଛି । ତାପମାତ୍ରା ୪୨ ଡିଗ୍ରି ସେଲସିୟସ୍ ଛୁଇଁଛି। ଶନିବାର ଅପରାହ୍ନ ସାଢେ ୨ଟା ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୪୨ ଡିଗ୍ରି ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଗତକାଲି ଏହି ସମୟରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ ଥିଲା। ହେଲେ ଶନିବାର ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ ହୋଇଛି। 

ସେହିପରି ରାଉରକେଲାରେ ୪୦.୪ ଡିଗ୍ରୀ, ହୀରାକୁଦରେ ୩୯.୬ ଡିଗ୍ରି, ଭୁବନେଶ୍ବରରେ ୩୮.୪ ଡିଗ୍ରି, କେନ୍ଦୁଝରରେ ୩୮ ଡିଗ୍ରି ଓ ଚାନ୍ଦବାଲିରେ ୩୭.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି ।

ଅଧିକ ପଢ଼ନ୍ତୁ: ହୋଲିରେ ରାଜଧାନୀ‌ରେ ଡବଲ ମର୍ଡର

ସେହିପରି ଶନିବାର ପାଇଁ ଯେଉଁସ୍ଥାନରେ ତାପମାତ୍ରା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିଲା, ସେଠାରେ ଏବେ ରେଡ୍ ଆଲର୍ଟ ଜାରି କରାଯାଇଛି । ରବିବାର ପାଇଁ ସମ୍ବଲପୁର, ଝାରସୁଗୁଡା ଓ କଳାହାଣ୍ଡି ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । 

ଅଧିକ ପଢ଼ନ୍ତୁ: ପୁଲିସ ଅଧିକାରୀଙ୍କ ସହ ହୋଲି ପାଳନ କଲେ ମୁଖ୍ୟମନ୍ତ୍ରୀ, ଭିଡିଓ ଦେଖନ୍ତୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe