ଝାରସୁଗୁଡ଼ା: ଗତବର୍ଷ ବଜେଟ୍ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ୫୦୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ ଓଡ଼ିଶା ସରକାର। ଏକ ବର୍ଷ ମଧ୍ୟରେ କିନ୍ତୁ କେବଳ ୧୦୦ କୋଟି ହିଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାମାନଙ୍କୁ ପଠାଯାଇଥିବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ସେଥିରୁ ପୁଣି କେତେ ଟଙ୍କା ଖର୍ଚ୍ଚ ହୋଇଛି ତା’ର ହିସାବ ନାହିଁ। ଏଥିରୁ ସ୍ପଷ୍ଟ ହେଉଛି ଯେ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଶେଷ ନିଃଶ୍ବାସ ନେଉଛି। ୨ ବର୍ଷ ହେଲା ଏହିି ପରିଷଦ ପାଇଁ ସ୍ବତନ୍ତ୍ର ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ପଶ୍ଚିମ ଓଡ଼ିଶାର ପ୍ରତିନିଧିତ୍ବ କରୁଥିବା ବିଧାୟକ, ସାଂସଦ ଓ ବିଶେଷଜ୍ଞଙ୍କୁ ନେଇ କାଉନସିଲ ମଧ୍ୟ ଆଜି ପର୍ଯ୍ୟନ୍ତ ଗଠନ ହୋଇ ପାରିଲା ନାହିଁ। ଏହାର ପରିଣାମ ସ୍ବରୂପ ଏତେ କୋଟି ଟଙ୍କା ଅନୁମୋଦନ ହେବା ସତ୍ତ୍ବେ ତା’ର ଅଧା ଲାଭ ମଧ୍ୟ ପଶ୍ଚିମ ଓଡ଼ିଶାକୁ ମିଳିଲା ନାହିଁ। ଡବ୍ଲ୍ୟୁଓଡିସିର ପୂର୍ବତନ କାଉନସିଲ ସଦସ୍ୟ ତଥା ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି, ବର୍ତ୍ତମାନ ସରକାରଙ୍କ ଅନୁମୋଦିତ ଯେତେ ଯାହା ଟଙ୍କା ଥିବ, ଏହା ବାହାରେ ବିଜେଡି ସରକାରଙ୍କ ସମୟର ବଳକା ୧ ହଜାର କୋଟି ଟଙ୍କା ଏବଂ ବିଭିନ୍ନ ପ୍ରକଳ୍ପ ପାଇଁ ୬୦୦ରୁ ୭୦୦ କୋଟି ଟଙ୍କା ବିଭିନ୍ନ ଜିଲ୍ଲାରେ ବିନିଯୋଗ ହୋଇପାରିନି। ୨ ବର୍ଷରେ ଏହି ପାଣ୍ଠିରୁ ବଡ଼ ପ୍ରକଳ୍ପ ପାଇଁ ଅର୍ଥ ଖର୍ଚ୍ଚ ହୋଇ ପାରୁନଥିବା ନେଇ ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।
Education: ପ୍ରଧାନଶିକ୍ଷକ, ହୋଷ୍ଟେଲ ଅଧୀକ୍ଷକଙ୍କୁ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ୍
ଅଢ଼େଇ ବର୍ଷ ହେଲା ଗଠନ ହୋଇନି କାଉନସିଲ୍
ନିର୍ବାଚିତ ପ୍ରତିନିଧିଙ୍କୁ ବି ଉପେକ୍ଷା
ସୂଚନା ଅନୁଯାୟୀ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଅଧ୍ୟକ୍ଷଙ୍କ ସହିତ ସଦସ୍ୟ ଭାବରେ ୧୧ ବିଧାୟକ, ୨ ସାଂସଦ, ୧୦ ଜଣ ବିଶେଷଜ୍ଞ, ଦକ୍ଷିଣାଞ୍ଚଳ ଆର୍ଡିସି ଏବଂ ସଦସ୍ୟ ସଚିବ ରହିଥାଆନ୍ତି। ବିଧାୟକ ଓ ସାଂସଦମାନେ ରୋଟେସନ୍ ଅନୁସାରେ ବଦଳୁଥାଆନ୍ତି। କାଉନସିଲରେ ପ୍ରକଳ୍ପ ଅନୁମୋଦନ ପରେ ଏହା କାର୍ଯ୍ୟକାରୀ କରାଯାଏ। କିନ୍ତୁ ବର୍ତ୍ତମାନ ଅଧ୍ୟକ୍ଷଙ୍କ ନିଯୁକ୍ତି ସହିତ କାଉନସିଲ ଗଠନ ହୋଇ ନ ଥିବାରୁ ପଶ୍ଚିମ ଓଡ଼ିଶା ବିଧାୟକ ଓ ସାଂସଦମାନେ ନିଜ ଅଞ୍ଚଳର ଆବଶ୍ୟକତା ଅନୁସାରେ କୌଣସି ପ୍ରକଳ୍ପ ପ୍ରସ୍ତାବ ଦେଇପାରୁ ନାହାନ୍ତି। ଫଳରେ ଅଞ୍ଚଳର ଆବଶ୍ୟକତା ଅନୁସାରେ ଏହି ପାଣ୍ଠିର କୌଣସି ପ୍ରକଳ୍ପ ନିର୍ମାଣ ହୋଇ ପାରୁ ନାହିଁ। ଏଥିଯୋଗୁଁ ବିଜେପି ସାଂସଦ ଓ ବିଧାୟକମାନେ ହିଁ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି। କାଉନସିଲରେ ନିର୍ବାଚିତ ପ୍ରତିନିଧିଙ୍କ ସହିତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶେଷଜ୍ଞଙ୍କ ପ୍ରସ୍ତାବ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଥିଲା। କିନ୍ତୁ ଚଳିତ ସରକାର କାଉନସିଲର ଗଠନ କରି ନ ଥିବାରୁ ୩୩ ଜଣଙ୍କ ପ୍ରସ୍ତାବର କାର୍ଯ୍ୟ କେବଳ ଜଣେ ବରିଷ୍ଠ ସଚିବ ନେଉଛନ୍ତି। ଏହି ସବୁ କାରଣ ଯୋଗୁଁ ଡବ୍ଲ୍ୟୁଓଡିସି ନିଜ ସ୍ଥିତି ହରାଇଛନ୍ତି। ଡବ୍ଲ୍ୟୁଓଡିସି ସଦସ୍ୟ ସଚିବ ତପିରାମ ମାଝୀ କହିଛନ୍ତି, ଅଧ୍ୟକ୍ଷ ଓ କାଉନସିଲ ଗଠନ ପାଇଁ ସରକାର ପ୍ରୟାସରତ ଅଛନ୍ତି। ପାଣ୍ଠି ଖର୍ଚ୍ଚରେ କୌଣସି ସମସ୍ୟା ହେଉ ନ ଥିବା ସେ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/09/jgdgdgdgdgd-2026-02-09-02-16-34.jpg)