ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଦେବଗଡ଼ ଗସ୍ତ

Advertisment
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଦେବଗଡ଼ ଗସ୍ତ

ଦେବଗଡ଼: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ମଙ୍ଗଳବାର ଦିନିକିଆ ଦେବଗଡ଼ ଜିଲ୍ଲା ଗସ୍ତରେ ଆସିଥିଲେ। ଏହି ଅବସରରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ ଦେଇ ଶ୍ରୀ ତ୍ରିପାଠୀ କହିଲେ, ଦେବଗଡ଼ ଜିଲ୍ଲା ହେଉଛି କୃଷି ଭିତ୍ତିକ ଜିଲ୍ଲା। ପ୍ରାୟତଃ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତ। ଜିଲ୍ଲାରେ କୃଷିର ବିକାଶ କ୍ଷେତ୍ରରେ ବହୁ ସମ୍ଭାବନା ରହିଛି ବୋଲି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହା ପରେ କୃଷି ବିଭାଗ, ମତ୍ସ୍ୟ ବିଭାଗ, ପଶୁପାଳନ, ଉଦ୍ୟାନ, ଓଏଲ୍‌ଏମ ସମେତ ଚାଷୀ ଓ ଏସ୍‌ଏଚ୍‌ଜି କର୍ମକର୍ତ୍ତାଙ୍କ ସହ ବିସ୍ତୃତ ଆଲୋଚନା କରି ସରକାରଙ୍କର ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରିଥିଲେ। ଲୋକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରି ସେମାନେ କିପରି ଉପକୃତ ହୋଇପାରିବେ ଏବଂ ଜିଲ୍ଲାର ବିଭିନ୍ନ ସମସ୍ୟା ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରି ଏକ ପ୍ଲାନ୍ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ନିକଟକୁ ପଠାଇଲେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ କରାଯାଇ ପାରିବ ବୋଲି ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ। ଉକ୍ତ ବୈଠକରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଜିତ ମିଶ୍ର, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ବନଖଣ୍ଡ ଅଧିକାରୀ ମଗର ଧାନଜୀ ରାଓସୋ, ଅତିରିକ୍ତ ଜିଲ୍ଲାପାଳ ରେବିକା ବିଲୁଙ୍ଗ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଲୁକାସ ପ୍ରଧାନ, ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ଏହା ସହିତ ଜିଲ୍ଲାସ୍ତରୀୟ ଆଧିକାରୀ, ପିଆରଆଇ ମେମ୍ବର, ଏସ୍‌ଏଚ୍‌ଜି କର୍ମକର୍ତ୍ତାମାନ ମଧ୍ୟ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବିଲୁଙ୍ଗ ଧନ୍ୟବାଦ ଦେଇଥିଲେ। ବୈଠକରେ ପରେ ଶ୍ରୀ ତ୍ରିପାଠୀ ନୂଆବାଲିଇ ଗ୍ରାମରେ ନିର୍ମାଣାଧୀନ ସାଂସ୍କୃତିକ ଅଡିଟୋରୟମ ବୁଲି ଦେଖିବା ସହ ନିର୍ମାଣ କାମ ଶୀଘ୍ର ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ତିଲେଇବଣିରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଲୟର ଫାର୍ମ ପରିଦର୍ଶନ କରିଥିଲେ। ରିଆମାଳ ବ୍ଲକ ଆଡସ ଗ୍ରାମରେ ଲୋକମାନଙ୍କ ସହ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବା ସହ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ତାଙ୍କ ସହ ଡବ୍ଲୁଓଡିସି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ମିଶ୍ର, ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ, ବନଖଣ୍ଡ ଅଧିକାରୀ ଶ୍ରୀ ରାଓସୋ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe