୩୧ ଯାଏ ପଶ୍ଚିମା ଝଡ଼ର ପ୍ରଭାବରୁ ନିସ୍ତାର ନାହିଁ: ଲାଗି ରହିବ ବିଜୁଳି, ଘଡ଼ଘଡ଼ି ସହ ବର୍ଷା

୩୧ ଯାଏ ପଶ୍ଚିମା ଝଡ଼ର ପ୍ରଭାବରୁ ନିସ୍ତାର ନାହିଁ: ଲାଗି ରହିବ ବିଜୁଳି, ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: ପଶ୍ଚିମା-ଝଡ଼ ପ୍ରଭାବରେ ଆଜି ଏବଂ ଆସନ୍ତାକାଲି ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ ପବନର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମାର୍ଚ୍ଚ ୨୭ ତାରିଖରେ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଝଡ଼-ପବନ ଘଣ୍ଟା ପ୍ରତି ବେଗ ୪୦ ରୁ ୫୦ କିମି ରହିବ। ଏଣେ ମାର୍ଚ୍ଚ ୨୮ ତାରିଖରେ ବିଜୁଳି ଘଡ଼ଘଡ଼ିର ଆଶଙ୍କା ରହିଛି। ଏହି ସମୟରେ ଝଡ଼-ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ।ମାର୍ଚ୍ଚ ୨୯ରେ ବି ଅନୁରୂପ ଚେତାବନୀ ରହିଛି। ୨୯ ରାତ୍ରିରୁ ଦେଶର ଉତ୍ତର-ପଶ୍ଚିମ ଭାଗକୁ ଏହା ପ୍ରଭାବିତ କରିବ। ତେଣେ ମାର୍ଚ୍ଚ ୩୧ ତାରିଖରେ ବିଜୁଳି ଘଡ଼ଘଡ଼ି ଏବଂ ପ୍ରବଳ ବର୍ଷାର ଆଶଙ୍କା ରହିଛି।

publive-image BQ Prime

ଉଲ୍ଲେଖଯୋଗ୍ୟ, ଗତ ୨୬ ତାରିଖରୁ ରାଜ୍ୟରେ ପୁଣି ପଶ୍ଚିମା ଝଡ଼ର ପ୍ରଭାବ ଦେଖିବାକୁ ମିଳିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସାଙ୍ଗକୁ ଘଣ୍ଟା ପ୍ରତି ୩୦ରୁ ୪୦କିମି ବେଗ‌ରେ ପବନ ବହିଛି। କିଛି କିଛି ଅଞ୍ଚଳରେ କୁଆପଥର ବର୍ଷା ବି ହୋଇଛି।  ୨୭ ତାରିଖରୁ ବର୍ଷାର ବିସ୍ତୃତି ବଢ଼ିବ। ୧୧ଟି ଉପକୂଳ ଜିଲ୍ଲା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ବି ଅଧିକ ହେବ। ଏଭଳି ପାଗ ଚାଷ କାର୍ଯ୍ୟକୁ ଗଭୀର ଭାବେ ପ୍ରଭାବିତ କରିବ ବୋଲି ଆଶଙ୍କା ଦେଖାଦେଇଛି। ତେଣୁ ଅମଳକ୍ଷମ ପନିପରିବା, ମୁଗ ଓ ବିରି ଆଦି ଶସ୍ୟକୁ ଶୀଘ୍ର ଅମଳ କରିନେବାକୁ ପାଣିପାଗ ବିଜ୍ଞ‌ାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe