ସରୁନି ଚାଷୀଙ୍କ ଦୁଃଖ, ମଣ୍ଡିରେ ଭିଜିଲା ଧାନ, ଚିନ୍ତାରେ ଚାଷୀ

Advertisment
ସରୁନି ଚାଷୀଙ୍କ ଦୁଃଖ, ମଣ୍ଡିରେ ଭିଜିଲା ଧାନ, ଚିନ୍ତାରେ ଚାଷୀ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲାର ଚାଷୀଙ୍କ ଦୁଃଖ ସରିବାର ନାଁ ଧରୁନି। ମଙ୍ଗଳବାର ରାତିରୁ ହୋଇଥିବା ବର୍ଷାରେ ଖଡ଼ିଆଳ ବ୍ଲକ୍‌ର ତୁକଲା ମଣ୍ଡିରେ ପଡ଼ିଥିବା ଧାନ ଭିଜିଥିବା ବେଳେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ମଣ୍ଡିରେ ଏକ ସପ୍ତାହ ହେଲା ଚାଷୀଙ୍କ ଧାନ ପଡ଼ିରହିଥିବା ବେଳେ ଉଠାଣ ପାଇଁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପୁଣି ଖୋଲା ଆକାଶତଳେ ଧାନ ପଡ଼ିରହିଥିବାରୁ ମଙ୍ଗଳବାର ରାତିରୁ ଚାଲିଥିବା ବର୍ଷାରେ ଧାନ ଭିଜୁଛି। ଏହି ମଣ୍ଡି ଉପରେ ଖାସବାହାଲ, ତୁକଲା, ଦୋହେଲପଡ଼ା, ରିଷିଗାଁ ଓ ସରଧାପୁର ପଞ୍ଚାୟତର ଚାଷୀ ନିର୍ଭର କରିଥାନ୍ତି।

ଏହି ପେକ୍ସରେ ରବି ଧାନ ବିକ୍ରି କରିବା ପାଇଁ ବ୍ୟବସ୍ଥା ଅଛି। ଚଳିତ ବର୍ଷ ଉପରୋକ୍ତ ପଞ୍ଚାୟତର ମୋଟ ୧୬୫ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୧୧୦ ଜଣ ଚାଷୀଙ୍କଠାରୁ ୬୩୧୪ କ୍ୱିଣ୍ଟାଲ ଧାନ କିଣା ସରିଛି। ଆଉ ୫୫ ଜଣ ଚାଷୀଙ୍କ ଠାରୁ ୩୫୦୦ କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ରହିଥିବା ବେଳେ ଏବେ ୧୫ ଜଣ ଚାଷୀଙ୍କ ଦୁଇ ହଜାର ପ୍ୟାକେଟ ଧାନ ମଣ୍ଡିରେ ପଡ଼ିରହିଛି। ୬-୭ ଦିନ ଆଗରୁ ଧାନ ପଡ଼ିରହିଥିଲେ ମଧ୍ୟ ପ୍ରଶାସନ କି ମିଲର୍ସ ଆସୁନଥିବାରୁ ବିକ୍ରି ହୋଇନାହିଁ। ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଚାଷୀ ଅଭିଯୋଗ କରିଛନ୍ତି।

ବର୍ଷାରେ ଧାନ ଭିଜିଥିବାରୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଧାନ ଗଜା ହେବା ପୂର୍ବରୁ ତୁରନ୍ତ ଉଠାଇବାକୁ ଦାବି କରିଛନ୍ତି। ଏନେଇ ପେକ୍ସର କର୍ମଚାରୀ ନୀଳକଣ୍ଠ ବେହେରାଙ୍କୁ ପଚାରିବାରୁ ତିନି ଚାରି ଦିନ ପରେ ଧାନ ଉଠିଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ତିନି ଚାରି ଦିନ ମଧ୍ୟରେ ଭିଜିଥିବା ଧାନ ଗଜା ହେବା ଆଶଙ୍କା ରହିଥିବାରୁ ତୁରନ୍ତ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବାକୁ ଚାଷୀମା‌ନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe