ବେଳାଭୂମିରେ ୩ ଘଣ୍ଟା ପଡ଼ି ହ୍ବେଲ୍‌ସାର୍କ ମୃତ

Advertisment

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ସୁନାପୁର ବେଳାଭୂମିରେ ଆଜି ମଧ୍ୟାହ୍ନ ୧୨ଟାରେ ଏକ ହ୍ବେଲ୍‌ସାର୍କ ମାଛ ଆସି ଲାଗିଥିଲା। ଗ୍ରାମବାସୀ ମାଛଟିକୁ ସମୁଦ୍ର ଭିତରକୁ ଠେଲିବାକୁ ଚେଷ୍ଟା କରିଥିଲେ।

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ସୁନାପୁର ବେଳାଭୂମିରେ ଆଜି ମଧ୍ୟାହ୍ନ ୧୨ଟାରେ ଏକ ହ୍ବେଲ୍‌ସାର୍କ ମାଛ ଆସି ଲାଗିଥିଲା। ଗ୍ରାମବାସୀ ମାଛଟିକୁ ସମୁଦ୍ର ଭିତରକୁ ଠେଲିବାକୁ ଚେଷ୍ଟା କରିଥିଲେ।

dgddgdgd

ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ସୁନାପୁର ବେଳାଭୂମିରେ ଆଜି ମଧ୍ୟାହ୍ନ ୧୨ଟାରେ ଏକ ହ୍ବେଲ୍‌ସାର୍କ ମାଛ ଆସି ଲାଗିଥିଲା। ଗ୍ରାମବାସୀ ମାଛଟିକୁ ସମୁଦ୍ର ଭିତରକୁ ଠେଲିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମାଛଟିର ଓଜନ ଅଧିକ ଥିବା ସହ ବିପରୀତ ଦିଗରୁ ବିରାଟ ଲହଡ଼ିମାନ ଆସୁଥିବାରୁ ମାଛଟିକୁ ଭିତରକୁ ଛାଡ଼ିବା ସମ୍ଭବପର ହୋଇ ପାରି ନଥିଲା। ପ୍ରାୟ ୩ ଘଣ୍ଟା ପଡ଼ିରହିଲା ପରେ ମାଛଟିର ମୃତ୍ୟୁ ଘଟିଥିଲା।  

ସନ୍ଧ୍ୟାରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର୍‌ ପହଞ୍ଚି ଅନୁଧ୍ୟାନ କଲାପରେ ମାଛଟିର ଶବ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି। ମାଛଟିର ଲମ୍ବ ୬.୬୭ ମିଟର ହୋଇଥିବା ବେଳେ ଏହାର ସ୍ବାଭାବିକ ମୃତ୍ୟୁ ଘଟିଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ଚିକିଟି ବ୍ଲକ୍ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରିୟବ୍ରତ ଦାଶ କହିଛନ୍ତି, ସାର୍କ ମାଛଗୁଡ଼ିକର ବୟସ ଅଧିକ ହୋଇଗଲେ ସେମାନେ ଦୁର୍ବଳ ହୋଇଯାଆନ୍ତି। ପାଣିରେ ଠିକ୍ ଭାବେ ଗତିବିଧି ଜାରି ରଖିପାରନ୍ତି ନାହିଁ। ଏହି ମାଛଟିର ଓଜନ ଅଧିକ ସାଙ୍ଗକୁ ସମୁଦ୍ର ଭିତରକୁ ଛାଡ଼ିବାରେ ବିଳମ୍ବ ହେବାରୁ ତା’ର ମୃତ୍ୟୁ ଘଟିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe