ମାଘରେ ବାଘ ଖରା, ଏବେଠୁ ରେକର୍ଡ: ଏଲ୍‌ନିନୋ ପ୍ରଭାବ

Advertisment

ଏକାଧିକ ସ୍ଥାନରେ ୩୪ ଡିଗ୍ରି ଟପିଲା

ଏକାଧିକ ସ୍ଥାନରେ ୩୪ ଡିଗ୍ରି ଟପିଲା

୪୦ ଡିଗ୍ରି ଉପରେ ରାଜ୍ୟର ୨୫ ସହର; ବୌଦ୍ଧ ଓ ନୂଆପଡ଼ାରେ ତାପମାତ୍ରା ୪୪ ଡିଗ୍ରି ରେକର୍ଡ

ଭୁବନେଶ୍ବର: ଏଥର ବିଳମ୍ବରେ ଶୀତ ପଡ଼ିଥିଲା। ହେଲେ ଜଲ୍‌ଦି ତାତି ଫେରିଛି। ଚଳିତବର୍ଷର ସର୍ବାଧିକ ତାପମାତ୍ରା ୩୪.୫ଡିଗ୍ରି ଆଜି ଟିଟିଲାଗଡ଼ରେ ରେକର୍ଡ ହୋଇଛି। କେବଳ ଟିଟିଲାଗଡ଼ ନୁହେଁ, ଭବାନୀପାଟଣାରେ ୩୪.୨, ମାଲକାନଗିରି ଓ ପାରଳାଖେମୁଣ୍ଡିରେ ବି ପାରଦ ୩୪ଡିଗ୍ରି ଛୁଇଁଛି। ପ୍ରଶାନ୍ତ ମହାସାଗରରେ ଏଲ୍‌ନିନୋ ସକ୍ରିୟ ରହୁଥିବାରୁ ଏବେଠୁ ଗରମ ଅନୁଭୂତ ହେଉଛି। ଆଗକୁ ରାଜ୍ୟରେ ଅସହ୍ୟ ଖରା ‌ଅନୁଭୂତ ହେବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ସ୍ପଷ୍ଟ କରିଛି ଯେ ଗତବର୍ଷ ତୁଳନାରେ ଏଥର ଅଧିକ ଅସହ୍ୟ ଖରା, ଗୁଳୁଗୁଳି ହେବ। ଏପରିକି ଏଲ୍‌ନିନୋ ପ୍ରଭାବରେ ଖରାର ପ୍ରଭାବ ଅଧିକ ଦିନ ରହିବାକୁ ଥିବାରୁ ଏହାର ପ୍ରଭାବ ମୌସୁମୀ ବାୟୁ ଉପରେ ପଡ଼ିପ‌ାରେ। ମା‌ଘ ମାସରେ ବା ଫେବ୍ରୁଆରି ପ୍ରଥମ ସପ୍ତାହରେ ରାଜ୍ୟରେ ଏପରି ଖରା, ଗରମ ଅନୁଭୂତ ହେବା ଅସ୍ବାଭାବିକ ବୋଲି କୁହାଯାଉଛି। ‌ମାଘର ଖରା ଦେଖି ରାଜ୍ୟବାସୀ କହିଲେଣି ଯଦି ମାଘରେ ଏତେ, ତେବେ ବୈଶାଖ, ଜ୍ୟେଷ୍ଠରେ କେତେ ହେବ? ଅପରପକ୍ଷେ ଆଜି ବାଲେଶ୍ବର, ପାରାଦୀପ, ଗୋପାଳପୁର, ପୁରୀ, କୋରାପୁଟ, ଦାରିଙ୍ଗବାଡ଼ି, ଛତ୍ରପୁର, ଦେବଗଡ଼, ରାଉରକେଲାକୁ ଛାଡ଼ି ଦେଲେ ରାଜ୍ୟର ବାକି ସବୁ ସ୍ଥାନରେ ପାରଦ ୩୦ଡିଗ୍ରି ଉପରେ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe