ଶ୍ବେତପତ୍ର କ’ଣ ମିଛ: ଜୟନାରାୟଣ

Advertisment
ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ରାଜ୍ୟବାସୀଙ୍କ ପାଇଁ ‘ଏପ୍ରିଲ ଫୁଲ୍’ ନୁହେଁ ତ? : ଜୟ ନାରାୟଣ

India Today

ଭୁବନେଶ୍ବର : ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟର ପ୍ରତିବାଦ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଶାନ୍ତିପୂର୍ଣ୍ଣ ରାଜ୍ୟ। କିନ୍ତୁ ଗୃହ ବିଭାଗ ପକ୍ଷରୁ ଉପସ୍ଥାପନ ହୋଇଥିବା ଶ୍ବେତପତ୍ର ଭିନ୍ନ ତଥ୍ୟ ଦେଉଛି। ଅପରାଧିକ ମାମଲା ବଢ଼ିଛି। ୧୩୭୯ ହତ୍ୟା ଓ ୩୧୮୪ ଧର୍ଷଣ ମାମଲା ରହିଛି। ଚୋରୀ, ଡକାୟତି ବଢ଼ିଛି। ରାଜ୍ୟରେ ପ୍ରତି ୪ ଘଣ୍ଟାରେ ଗୋଟିଏ ଧର୍ଷଣ ମାମଲା ଆସୁଛି। ଏସବୁ ତଥ୍ୟ କ’ଣ ମିଛ? ଶ୍ବେତପତ୍ର କ’ଣ ମିଛ? ଏହା କ’ଣ ଶାନ୍ତିପୂର୍ଣ୍ଣ ରାଜ୍ୟର ପରିଭାଷା? ଏ ରାଜ୍ୟକୁ ଅଶାନ୍ତ କରୁଛି କିଏ? ମୁଖ୍ୟମନ୍ତ୍ରୀ ଏହାର ଜବାବ ଦେବା ଆବଶ୍ୟକ।

ଶ୍ରୀ ମିଶ୍ର ଆହୁରି କହିଥିଲେ, କୋଇଡ଼ା ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହରେ ଦାବି ହୋଇଥିଲା। ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। କିନ୍ତୁ ଆଜି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଜଣେ ବିଡିଓ କ’ଣ ଏତେ କ୍ଷମତାଶାଳୀ? ବିଧାନସଭା ମୋର କ’ଣ କରିବ ବୋଲି ସେ ଚ୍ୟାଲେଞ୍ଜ୍ ବି ଦେଉଛନ୍ତି? ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe